ମନଇଚ୍ଛା ଖର୍ଚ୍ଚ ହୋଇଛି ଡିଏମ୍ଏଫ୍
ଯାଜପୁର: ମନଇଚ୍ଛା ଖର୍ଚ୍ଚ ହୋଇଛି ଡିଏମ୍ଏଫ୍ (ଜିଲ୍ଲା ଖଣିଜ ପ୍ରତିଷ୍ଠାନ) ଅନୁଦାନ।ନିର୍ମାଣ ହୋଇଛି ମାଳମାଳ ପ୍ରକଳ୍ପ। ଯାଜପୁର ଜିଲ୍ଲାରେ ଏହି ପାଣ୍ଠିରୁ ଏପର୍ଯ୍ୟନ୍ତ ୧,୬୯୩କୋଟି ଟଙ୍କା ବ୍ୟୟ କରାଯାଇଛି। ଦୂରଦୃଷ୍ଟି ଅଭାବରୁ ବହୁ ପ୍ରକଳ୍ପ ପରିଚାଳନା ଅଭାବରୁ ଖତ ହୋଇଗଲାଣି। ଡିଏମ୍ଏଫ୍ରୁ ବିପୁଳ ଅର୍ଥ ବ୍ୟୟ ହୋଇଥିଲେ ମଧ୍ୟ ଏଥିରେ କିଏ ଉପକୃତ ହୋଇଛନ୍ତି, କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, ତାହାର ଉତ୍ତର ପ୍ରଶାସନ ପାଖରେ ନାହିଁ। ତଥ୍ୟ ଅନୁଯାୟୀ ଜିଲ୍ଲାରେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ୨,୯୮୫.୨୫ ଟଙ୍କା ଆଦାୟ ହୋଇଛି। ଏଥିରୁ ୧,୬୯୩.୨୦ କୋଟି ଟଙ୍କା ବିନିଯୋଗ ହୋଇସାରିଛି। ୧,୦୯୫.୬୦ କୋଟି ଟଙ୍କା ଗଚ୍ଛିତ ଥିବାବେଳେ ଆଗାମୀ ବର୍ଷ ପାଇଁ ବିଭିନ୍ନ ପ୍ରକଳ୍ପରେ ୧୦୮୪.୧୩ କୋଟି ଟଙ୍କା ବ୍ୟୟ ନିମନ୍ତେ ଅଟକଳ କରାଯାଇଛି।
