ମଧ୍ୟଯୁଗୀୟ ବର୍ବରତା

body

ଭୁବନେଶ୍ଵର: ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍‌ ପାଖରେ ଜଣେ ଯୁବକଙ୍କୁ ପିଟି ପିଟି ମାରିଦିଆଯାଇଛି। ଯୁବକଙ୍କ ହାତଗୋଡ଼ ବାନ୍ଧି ପୁଲିସ୍‌ ସାମ୍ନାରେ ଘୋଷାଡ଼ି ଘୋଷାଡ଼ି ପିଟିଛନ୍ତି ଉତ୍ତ୍ୟକ୍ତ ଲୋକେ। ଯୁବକ ଜଣଙ୍କୁ ଏକ ବାଉଁଶରେ ବାନ୍ଧି ଟେକି ବିଧା ଗୋଇଠା ମାରି ଜୀବନ ନେଇଯାଇଛନ୍ତି। ମୃତକ ଜଣକ ମୌଜପୁର ଗାଁର ସୌମ୍ୟରଂଜନ ସ୍ବାଇଁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦୁଇ ଜଣ ଯୁବତୀ ଯାଉଥିବାବେଳେ ଦୁଇ ଜଣ ଯୁବକ ସେମାନଙ୍କୁ ଅସଦାଚରଣ କରିଥିଲେ। ଏହାଦେଖି କିଛି ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିଲେ। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏବଂ ଅନ୍ୟ ଜଣେ ଯୁବକଙ୍କୁ ପୁଲିସ୍‌ ଥାନାରେ ଅଟକ ରଖିଛି। ତେବେ ପୁଲିସ୍‌ ସାମ୍ନାରେ ଲୋକେ ଆଇନକୁ ହାତକୁ ନେବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

About The Author