ମୟୂରଭଞ୍ଜଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା

WhatsApp Image 2026-05-13 at 1.16.03 PM

ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛିl ଦୁର୍ଘଟଣାରେ ମୟୂରଭଞ୍ଜ ଜିଲ୍ଲା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଗଡ଼ଦେଉଳିଆ ପେଟ୍ରୋଲ ପମ୍ପର ମାଲିକାଣୀ କମଳା ତିରିଆ ଆହତ ହୋଇଥିବା ବେଳେ ତାଙ୍କ ସାନ ପୁଅ ଅଭିଷେକ ତିରିଆ ଓ ଅନେକ ଲୋକ ଗୁରୁତର ଅଛନ୍ତି l ଗର୍ଭବତୀବୋହୂ ଦୀପ୍ତିରେଖା ସିଂହଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସମସ୍ତଙ୍କୁ ବାଲେଶ୍ବର ଜିଲ୍ଲା ରେମୁଣା ମେଡିକାଲ ନିଆଯାଇଥିବାବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି l

ସୂଚନା ଅନୁଯାୟୀ, କମଳା ତିରିଆ ସାନ ପୁଅ ଓ ବେ‌ାହୂଙ୍କ ସହିତ ତାଙ୍କ କାର (ନଂ OD11AA-8181)ରେ ଭୁବନେଶ୍ୱରରୁ ମେଡିକାଲ ଚେକ ଅପ କରି ବାରିପଦା ଫେରୁଥିବା ସମୟରେ ରାତି ପ୍ରାୟ ୧୧. ୩୦ ସମୟରେ ଗଡ଼ଦେଉଳିଆ ଛକ ନିକଟରେ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱରେ ବେଆଇନ ଭାବେ ଛିଡା ହୋଇଥିବା ଏକ ଟ୍ରକ ପଛ ପଟେ ପିଟି ହୋଇଥିଲେ l ତେବେ କାର ଚଳାଉଥିବା ତାଙ୍କ ପୁଅ ଓ ସମ୍ମୁଖରେ ବସିଥିବା ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଥିବାବେଳେ କମଳା ତିରିଆ ମଧ୍ୟ ଆହତ ହୋଇଥିଲେ l ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ରେମୁଣା ମେଡିକାଲ କଲେଜକୁ ପଠାଇଛନ୍ତି l ଘଟଣା ସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

About The Author