ଯୁକ୍ତ୨ ପରୀକ୍ଷା ଫଳ ଆଜି

WhatsApp Image 2026-05-20 at 12.37.52 PM

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଏବଂ କରେସପଣ୍ଡେସ୍‌ କୋର୍ସ ଫଳ ପ୍ରକାଶ ପାଇବ। ପରୀକ୍ଷା ଫଳ ମଧ୍ୟାହ୍ଣ ୧୨ଟା ୩୦ରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ପରୀକ୍ଷା ଫଳ ପ୍ରକାଶ ପରେ ଅପରାହ୍ଣ ୩ଟାରେ results.odisha.gov.in ଓ results.digilocker.gov.in ଲଗଇନ୍‌ କରି ପରୀକ୍ଷାର୍ଥୀ ସେମାନଙ୍କର ଫଳ ଜାଣିପାରିବେ। ସାମ୍ସ ଇ-ସ୍ପେସ୍‌ରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ଫଳ ପାଇପାରିବେ।
ସୂଚନାଯୋଗ୍ୟ, ଚଳିତବର୍ଷ ୪ ଲକ୍ଷ ୧ ହଜାର ୬୨୩ ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବାବେଳେ ୩ ଲକ୍ଷ ୯୮ ହଜାର ୯୦ ଜଣ ପରୀକ୍ଷା ଦେଇଥିଲେ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୫୪ ହଜାର ୧୧୯ଜଣ, ବିଜ୍ଞାନରେ ୧ ଲକ୍ଷ ୧୩ ହଜାର ୮୨୬, ବାଣିଜ୍ୟରେ ୨୪ ହଜାର ୨୮୯ ଜଣ ଓ ଧନ୍ଦାମୂଳକରେ ୫ ହଜାର ୮୫୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

About The Author