November 14, 2026

ସାପ କାମୁଡାରେ ଯୁବତୀ ମୃତ

body

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଝିସାହି ଗ୍ରାମରେ ସାପ କାମୁଡ଼ାରେ ବୈକୁଣ୍ଠନାଥ ସାହୁଙ୍କ ଝିଅ ବର୍ଷାରାଣୀ ସାହୁ (୧୮)ଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସନ୍ଧ୍ୟା ୫ଟାରେ ଘରେ କିଛି କାର୍ଯ୍ୟ କରୁଥିବା ସମୟରେ ଏକ ନାଗ ସାପ ବର୍ଷାରାଣୀକୁ କାମୁଡି ଦେଇଥିଲା l ସେ ଏନେଇ ଘରେ କହିଥିଲେl ପରେ ଘରୁ ସେହି ସାପ ବାହାରି ଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ଝିଅକୁ ମେଡିକାଲ ନେଇଥିଲେ। କିନ୍ତୁ ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନନ୍ତର କରା ଯାଇଥିଲା। ବୁର୍ଲା ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବୁଧବାର ଶବ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେl ଆଜି ଅପରାନ୍ହରେ ମୃତଦେହ ମାଝୀସାହିରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

About The Author