ନିଳାଚଳ ଇସ୍ପାତ ବାସଚ୍ୟୁତ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
କଳିଙ୍ଗନଗର ୧୨/୦୬(ଖବର ଦର୍ପଣ)-: ଗତ କିଛିଦିନ ପୂର୍ବରୁ ବିସ୍ଥାପିତ ଉନ୍ନୟନ ପରିଷଦ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ କରି ନୀଳାଞ୍ଚଳ ଇସ୍ପାତ ର ବାସଚ୍ୟୁତ ପରିବାର ବିପକ୍ଷରେ କହିବା ସହିତ ନିଜକୁ ମଧ୍ୟ ନୀଳାଚଳ ବାସଚ୍ୟୁତ ଦାବିକରିଥିଲେ । ଏହା କୁ ବିରୋଧ କରି ଆଜି ନିଳାଚଳ ଇସ୍ପାତ ର ବାସଚ୍ୟୁତ ପରିବାର ପକ୍ଷରୁ କଳିଙ୍ଗନଗରଠାରେ ଏକ ସାମ୍ବାଦିକ ସମ୍ମିଳନୀକରି ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ ଉପରେ ବର୍ଷିବା ସହିତ ତୁମେ ଟାଟା ବିସ୍ଥାପିତ ଟାଟା କଥା ଚିନ୍ତା କର ଆମ ପାଇଁ ଏମିତି ନିଜ ସ୍ୱାର୍ଥ ପାଇଁ କୁମ୍ଭୀର କାନ୍ଦଣା କାନ୍ଦନି କହିଛନ୍ତି ବାସଚ୍ୟୁତ ପରିବାର । ତାଙ୍କର କହିବା କଥା ବିଗତ ଦିନରେ ବିସ୍ଥାପିତ ପରିବାର ଯେତେବେଳେ ରାଜ ରାସ୍ତାରେ ବସିଥିଲେ ସେତେବେଳେ ସେ କେଉଁଠି ଥିଲେ ଏବଂ ଅନେକ ନିରିହ ବିସ୍ଥାପିତଙ୍କ ଜମି ହଡପ କରାଇ, କୋଟି କୋଟି ଟଙ୍କାର ଲାଭ ଉଠାଯାଇ ଏବଂ ଠିକାଦାରୀ ବ୍ୟବସାୟ ମାଧ୍ୟମରେ କେତେକ ଲୋକ ନିଜର ଆର୍ଥିକ ସାମ୍ରାଜ୍ୟ ଗଢ଼ିବା ଯୋଗୁଁ ପ୍ରକୃତ ବିସ୍ଥାପିତ ପରିବାରମାନେ ଉନ୍ନତିରୁ ବଞ୍ଚିତ ହୋଇ ଶୋଷଣର ଶିକାର ହେଉଥିବା ଅଭିଯୋଗ ମଧ୍ୟ କରିଛି ବାସଚ୍ୟୁତ ପରିବାର। ଏ ସବୁ କ୍ଷେତ୍ରରେ ଦୁରେଇ ରୁହନ୍ତୁ , ନହେଲେ ଆଗାମୀ ଦିନରେ ଦୃଢ଼ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛି ବାସଚ୍ୟୁତ ପରିବାର।ସୂଚନାଥାଉକି କଳିଙ୍ଗନଗର ଗୁଳିକାଣ୍ଡ ପରେ ବିସ୍ଥାପିତ ପରିବାରମାନଙ୍କ ସାମ୍ନାରେ ଅନେକ ସମସ୍ୟା ଦେଖାଦେଇଥିଲା। ଅଧିକାଂଶ ଲୋକ ବିସ୍ଥାପନକୁ ବିରୋଧ କରିବା ସହ ଉଚିତ ଥଇଥାନ, ତିନି ପିଢ଼ି ପାଇଁ ଚାକିରି ଏବଂ ଜମି ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଥିଲେ।କିନ୍ତୁ ଏହି ଜନସ୍ବାର୍ଥ ଦାବିଗୁଡ଼ିକୁ ଆଡ଼ କରି କିଛି ସୁବିଧାବାଦୀ ବ୍ୟକ୍ତିଙ୍କୁ ନେଇ “ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ” ଗଠନ କରାଗଲା। ଯେଉଁ ସଂଗଠନ ବିସ୍ଥାପିତଙ୍କ ଉନ୍ନତି ପାଇଁ ଗଠିତ ହେବା କଥା, ସେହି ସଂଗଠନ ଉପରେ ବିସ୍ଥାପିତଙ୍କ ସ୍ବାର୍ଥକୁ ବଳି ଦେଇ କେତେକ ବ୍ୟକ୍ତିଙ୍କ ସ୍ବାର୍ଥ ସାଧନର ଅଭିଯୋଗ ଉଠିଲା।ଏହି ସାମ୍ୱାଦିକ ସମ୍ମିଳନୀରେ ବାସଚ୍ୟୁତ କମିଟି ସମ୍ପାଦକ ବାବୁଲି ପୂର୍ତ୍ତୀ, ମହୀରାମ ପୂର୍ତ୍ତି,ସୁକାନ୍ତ ନାୟକ,ଅଜୟ ମହାନ୍ତ ପ୍ରମୁଖ ,କେଟୁ ମାଝୀ, ରଥୀଆ ମୁଣ୍ଡା, ପରମେଶ୍ବର ମହାନ୍ତ ,ରାଜେନ୍ଦ୍ର ପୂର୍ତ୍ତି ଓ ନୀଳାଚଳ ବାସଚ୍ୟୁତ ପରିବାର ସଦସ୍ୟ ଉପସ୍ଥିତ ଥିଲେ।
