September 11, 2026

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୁରୀ ରେଳଷ୍ଟେଶନରୁ ଏହାର ଶୁଭାରମ୍ଭ କରିଛନ୍ତି

WhatsApp Image 2026-07-06 at 8.40.56 PM

ପୁରୀ,୬।୭: ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ସୋମବାର ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୁରୀ ରେଳଷ୍ଟେଶନରୁ ଏହାର ଶୁଭାରମ୍ଭ କରିଛନ୍ତି। ଫଳରେ ଜନସାଧାରଣଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି।

ସପ୍ତାହକୁ ୩ଦିନ ଚାଲୁଥିବା ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ ଏଣିକି ପ୍ରତିଦିନ ଚାଲିବ। ନୂତନ ରେଳସେବା ଦ୍ବାରା ଯୋଗାଯୋଗ, ଯାତ୍ରୀଙ୍କୁ ସୁବିଧା, ପର୍ଯ୍ୟଟନ, ବାଣିଜ୍ୟ ଏବଂ ଆଞ୍ଚଳିକ ଅର୍ଥନୈତିକ ବିକାଶରେ ଉନ୍ନତି ହେବ। ଏଣିକି ଟ୍ରେନ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଏବଂ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ଚାଲିବ।

ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ପାଇଁ ରେଳବାଇର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଛି। ଆଗାମୀ ଘୋଷଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଓ ଆରାମଦାୟକ ଯାତ୍ରା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଶତାଧିକ ସ୍ପେଶାଲ ଟ୍ରେନ ଚଳାଚଳ, ବୃହତ ହୋଲଡିଂ ଏରିଆ, ଖାଦ୍ୟପେୟ ଓ ଅତିରିକ୍ତ ଟିକେଟ କାଉଣ୍ଟର ଭଳି ବ୍ୟାପକ ସେବା ସୁଦୃଢ଼ କରାଯାଇଛି।

About The Author