September 10, 2026

କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ତାଙ୍କ ସଂଗଠନ ଓ ସୋନମ୍ ୱାଙ୍ଗଚୁକ୍ ମଧ୍ୟରେ ଫାଟ ଥିବା ଚର୍ଚ୍ଚାକୁ ଖଣ୍ଡନ

WhatsApp Image 2026-07-31 at 6.01.18 PM

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ତାଙ୍କ ସଂଗଠନ ଓ ସୋନମ୍ ୱାଙ୍ଗଚୁକ୍ ମଧ୍ୟରେ ଫାଟ ଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି ଓ ଆନ୍ଦୋଳନରେ ୱାଙ୍ଗଚୁକ୍‌ଙ୍କ ଅବଦାନକୁ ଭୁଲିହେବ ନାହିଁ ବୋଲି ଦୀପ୍‌କେ କହିଛନ୍ତି। ପ୍ରତିବାଦ ଶେଷ ହେବା ପରେ ସେ ୱାଙ୍ଗଚୁକଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଓ ଆନ୍ଦୋଳନ ଶେଷରେ ଲୋକମାନଙ୍କୁ ଧନ୍ୟବାଦ ଦେବା ସମୟରେ ସେ କାହିଁକି ତାଙ୍କ ନାମ ଉଲ୍ଲେଖ କରି ନଥିଲେ ତାହା ସ୍ପଷ୍ଟ କରିଛନ୍ତି।

ଦୀପ୍‌କେ କହିଛନ୍ତି, ମୁଁ ଛାତ୍ରମାନଙ୍କୁ ଧନ୍ୟବାଦ ଦେଇଥିଲି। କାରଣ ୨୦ ଜୁଲାଇ ପରେ ଏହି ଆନ୍ଦୋଳନ ଦେଶର ଛାତ୍ର ଓ ଯୁବକମାନଙ୍କର ଆନ୍ଦୋଳନରେ ପରିଣତ ହୋଇଥିଲା। ସେମାନେ ନିର୍ମମ ଲାଠିଚାର୍ଜର ସମ୍ମୁଖୀନ ହୋଇଥିଲେ। ଅନ୍ୟପକ୍ଷରେ ଦୀପ୍‌କେ ଆନ୍ଦୋଳନ ପାଇଁ ଜନସମର୍ଥନ ସଂଗ୍ରହ କରିବା ପାଇଁ ୱାଙ୍ଗଚୁକଙ୍କ ଅନଶନକୁ ଶ୍ରେୟ ଦେଇଛନ୍ତି।

About The Author