ଟାଟା ପାୱାର ଓ ଟାଟା ଷ୍ଟିଲ୍ର ପକ୍ଷରୁ “ପ୍ରକୃତି ପାଇଁ ସମାଜ”ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲ।
କଳିଙ୍ଗନଗର, ଅଗଷ୍ଟ ୦୨, ୨୦୨୬: ପରିବେଶ ସୁରକ୍ଷା ଓ ସାମାଜିକ ବିକାଶ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରି ଟାଟା ପାୱାର ଓ ଟାଟା ଷ୍ଟିଲ୍ର ମିଳିତ ଉଦ୍ୟମ ଇଣ୍ଡଷ୍ଟ୍ରିଆଲ୍ ଏନର୍ଜି ଲିମିଟେଡ୍ (IEL) ପକ୍ଷରୁ “ପ୍ରକୃତି ପାଇଁ ସମାଜ” (Nature for Society) ବନମହୋତ୍ସବ ଅବସରରେ ନଉଗାଁ, ଖରାଡ଼ି ଓ ଟେଲେବାହାଳି ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଆଇଇଏଲ୍ କଳିଙ୍ଗନଗରର ମୁଖ୍ୟ ଶ୍ରୀ ସମଦ ବସିର ମୁଲ୍ଲାଙ୍କ ନେତୃତ୍ୱରେ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ବାବୁଲି ନାଟିଆ, ସିଏସଆର୍ ଟିମ୍, ବିଭାଗୀୟ ମୁଖ୍ୟମାନେ, କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀ ଯୋଗଦେଇ ବହୁ ସଂଖ୍ୟକ ଚାରା ରୋପଣ କରିଥିଲେ।
ଉପସ୍ଥିତ ଅତିଥିମାନେ ପରିବେଶ ସୁରକ୍ଷାରେ ସାମୂହିକ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କୁ ପରିବେଶ ସଚେତନତାର ଦୂତ ଭାବେ ଗଢ଼ିଉଠିବାକୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମ ଜୈବ ବିବିଧତାର ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ପ୍ରତି ସଚେତନତା ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ ସମ୍ପର୍କରେ ଜନସଚେତନତା ସୃଷ୍ଟିର ଏକ ସଫଳ ପ୍ରୟାସ ହୋଇଥିଲା।
ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସ୍ଥାନୀୟ ଲୋକଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ପରିବେଶ ପ୍ରତି ସେମାନଙ୍କର ସାମୂହିକ ଦାୟିତ୍ୱବୋଧକୁ ପ୍ରତିଫଳିତ କରିଥିଲା। ଏହି ପଦକ୍ଷେପ ଶିଳ୍ପ ଓ ସ୍ଥାନୀୟ ସମୁଦାୟ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ପରିବେଶ ସୁରକ୍ଷା ପ୍ରତି ସମସ୍ତଙ୍କୁ ପ୍ରେରିତ କରିଥିଲା।
ଏଭଳି ସିଏସଆର୍ କାର୍ଯ୍ୟକ୍ରମ ମାଧ୍ୟମରେ ଇଣ୍ଡଷ୍ଟ୍ରିଆଲ୍ ଏନର୍ଜି ଲିମିଟେଡ୍ ପରିବେଶ ସଂରକ୍ଷଣ ଓ ସମାଜର ସର୍ବାଙ୍ଗୀଣ ବିକାଶକୁ ସମନ୍ୱିତ କରି ଅଞ୍ଚଳର ଦୀର୍ଘସ୍ଥାୟୀ ସାମାଜିକ ଓ ପରିବେଶଗତ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରୁଛି।
