September 10, 2026

ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରା: ଯୋଗଦେଲେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ

WhatsApp Image 2026-08-12 at 7.36.28 PM

କଳିଙ୍ଗନଗର, ତା ୧୧/୮: ଯାଜପୁର ଜିଲା ଶିଳ୍ପ ଓ ଖଣି ମିଶ୍ରଣ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଦେଶପ୍ରେମର ଏକ ଅପୂର୍ବ ଆବେଗ ସୃଷ୍ଟି ହୋଇଛି। ‘ଘରେ ଘରେ ତ୍ରିରଙ୍ଗା, ମନେ ମନେ ଦେଶପ୍ରେମ’ ସଂକଳ୍ପକୁ ନେଇ କଳିଙ୍ଗନଗର ଓ ସୁକିନ୍ଦାରେ ଏକ ଆକର୍ଷଣୀୟ ଏବଂ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ରାଲି ପଙ୍କପାଳ ବାଘବାଲି ବଙ୍ଗଳା ଛକରୁ ଆରମ୍ଭ ହୋଇ ପିଙ୍ଗଳ ଗ୍ରାମପଞ୍ଚାୟତ, ହରିପୁର ଗ୍ରାମପଞ୍ଚାୟତ, ହାତୀବାରୀ ଗ୍ରାମପଞ୍ଚାୟତ ଓ ସୁକିନ୍ଦା ରଥ ଛକ ଦେଇ ସୁକିନ୍ଦା ଭାରତୀୟ ଜନତା ପାର୍ଟି ଅଫିସ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଦେଶପ୍ରେମୀ ସୁକିନ୍ଦା ଜନସାଧାରଣ ତ୍ରିରଙ୍ଗା ପତାକା ଧରି କାର୍ଯ୍ୟକ୍ରମକୁ ଉତ୍ସାହର ସହ ସ୍ୱାଗତ ଜଣାଇଥିଲେ।ଏହି ସମାରୋହରେ ଓଡ଼ିଶା ସରକାରଙ୍କ ମାନ୍ୟବର ସମବାୟ, ହସ୍ତତନ୍ତ,ହସ୍ତ ଶିଳ୍ପ,ବୟନ ଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, “ତ୍ରିରଙ୍ଗା ହେଉଛି ଆମ ପରିଚୟ, ସ୍ୱାଧୀନତା, ସାର୍ବଭୌମତ୍ୱ, ଏକତା ଓ ଗୌରବର ପ୍ରତୀକ। ଆମର ଏହି ସ୍ୱାଧୀନତା ପାଇଁ ଅସଂଖ୍ୟ ବୀର ଶହୀଦ ଓ ସଂଗ୍ରାମୀମାନେ ଅତୁଳନୀୟ ତ୍ୟାଗ କରିଛନ୍ତି। ସେମାନଙ୍କ ବଳିଦାନକୁ ସ୍ମରଣ କରିବା ଏବଂ ଜାତୀୟ ଗୌରବକୁ ସୁଦୃଢ଼ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ବୋଲି ବକ୍ତବ୍ୟ ରେ ଉଲେଖ କରିଥିଲେ । ​ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଶ୍ରୀମତୀ ଦେବଯାନୀ ପ୍ରଧାନ, ଓଡ଼ିଶା ମାଇନିଂ ୱାର୍କର୍ସ ୟୁନିଅନର ସଭାପତି ସବ୍ୟସାଚୀ ବଳସାମନ୍ତ, ସେକ୍ରେଟାରୀ ଅମଳେନ୍ଦୁ ବେହୁରା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଭଞ୍ଜ, ସୁକିନ୍ଦା ଓ ଦାନଗଦି ବ୍ଲକ ଏମଏଲଏ ପ୍ରତିନିଧି ଶେଖର ମହାନ୍ତି ଓ ପ୍ରଶାନ୍ତ କୁମାର ରାୟ, ଦାନଗଦି ବ୍ଲକ ଏମପି ପ୍ରତିନିଧି ରବୀନ୍ଦ୍ର ମୋହନ ଜେନା, ସମାଜସେବୀ ରମଣୀ ରଞ୍ଜନ ବଳସାମନ୍ତ, ବରିଷ୍ଠ ବିଜେପି ନେତା ମାନସ ମହାନ୍ତି, ପ୍ରତାପ କୁମାର ଧୀର, ସଞ୍ଜୟ କୁମାର ମହାନ୍ତି, ହଳଧର ନାୟକ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ରାଜେନ୍ଦ୍ର କାଲୁଣ୍ଡିଆ, ଏବଂ ସୁକିନ୍ଦାର ୬ ଗୋଟି ମଣ୍ଡଳର ସଭାପତି ପ୍ରସନ୍ନ ବେହେରା, ମନୋଜ ନାୟକ, ପ୍ରଦୀପ୍ତ ସ୍ୱାଇଁ, କୃପାସିନ୍ଧୁ ସାମନ୍ତରାୟ, ସନ୍ତୋଷ ପାଣିଗ୍ରାହୀ, ଦୀପକ ରଞ୍ଜନ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।ଏହି ସମାରୋହରେ ଯୁବମୋର୍ଚ୍ଚାର ଶତାଧିକ ଉତ୍ସାହୀ ଓ ସକ୍ରିୟ ଯୁବ କାର୍ଯ୍ୟକର୍ତ୍ତା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଶେଷ କରି ଯୁବ ନେତୃତ୍ୱ ଚିରଞ୍ଜୀବୀ ବେହୁରା, ରଶ୍ମିରଞ୍ଜନ ବେହୁରା, ପ୍ରକାଶ ବେହୁରା, ସନ୍ଦୀପ ସାମଲ, ସମ୍ବିତ ନାୟକ, ରଞ୍ଜନ ସାହୁ, ଆକାଶ ନାଥ, ନନ୍ଦୁ ବାବୁ, ନିଲୁ ବାରିକ, ରୋହିତ ବାରିକ, ରୁଦ୍ର ବାରିକଙ୍କ ସମେତ ଅନେକ ଯୁବ କାର୍ଯ୍ୟକର୍ତ୍ତା ହାତରେ ଜାତୀୟ ପତାକା ଧରି ଭାରତ ମାତା କି ଜୟ ନାରାରେ ଆକାଶ ପବନ କମ୍ପାଇ ଦେଇଥିଲେ।ଯୁବପିଢ଼ିଙ୍କ ଏହି ଗ୍ରାଣ୍ଡ ଉତ୍ସାହ ଓ ସକ୍ରିୟ ଭାଗୀଦାରୀ ସମଗ୍ର ଅଞ୍ଚଳରେ ଏକ ଅଭୂତପୂର୍ବ ଦେଶପ୍ରେମର ବାତାବରଣ ସୃଷ୍ଟି କରିଥିଲା।

About The Author