November 10, 2026

କ୍ୟୁସିଏଫଆଇ ସମ୍ମିଳନୀ ୨୦୨୬ରେ ଜିନ୍ଦଲ ଷ୍ଟେନଲେସ୍ କୁ ୯୫ ସ୍ୱର୍ଣ୍ଣ ଏବଂ ୬ ରୌପ୍ୟ ପୁରସ୍କାର

WhatsApp Image 2026-11-10 at 10.52.26 PM

ଗୁଣାତ୍ମକ ପଦକ୍ଷେପ, କର୍ମଚାରୀଙ୍କ ଯୋଗଦାନ ଏବଂ ନିରନ୍ତର ଉନ୍ନତି ପାଇଁ ଗୁଣବତ୍ତା ଧାରଣା (ସିସିକ୍ୟୁସି) ୨୦୨୬ ସମ୍ମିଳନୀରେ ଜିନ୍ଦଲ ଷ୍ଟେନଲେସ୍ ‘ଯାଜପୁର ଏବଂ ହିସାର ୟୁନିଟ୍କୁ ମିଳିଛି ସ୍ୱୀକୃତି

ଯାଜପୁର, ନଭେମ୍ବର ୧୦, ୨୦୨୬: ଜିନ୍ଦଲ ଷ୍ଟେନଲେସ୍, ଭାରତର ଅଗ୍ରଣୀ ଷ୍ଟେନଲେସ୍ ଉତ୍ପାଦକ କମ୍ପାନୀ ଭୁବନେଶ୍ବର ଓ ଦିଲ୍ଲୀରେ ଆୟୋଜିତ କ୍ୱାଲିଟି ସର୍କଲ ଫୋରମ୍ ଅଫ୍ ଇଣ୍ଡିଆ (କ୍ୟୁସିଏଫ୍ଆଇ) ସମ୍ମିଳନୀରେ ଜିନ୍ଦଲ ଷ୍ଟେନଲେସ୍ ୯୫ଟି ସ୍ୱର୍ଣ୍ଣ ଓ ୬ଟି ରୌପ୍ୟ ପୁରସ୍କାର ହାସଲ କରିଛି ।

ଯାଜପୁର ୟୁନିଟ୍ ଅଷ୍ଟମ ସିସିକ୍ୟୁସି ଭୁବନେଶ୍ୱର ଚାପ୍ଟର କନଭେନସନ୍ ୨୦୨୬ ରେ ୭୧ ଟି ସ୍ୱର୍ଣ୍ଣ ପୁରସ୍କାର ଜିତିବା ସହିତ ୭୧ ଟି ଦଳକୁ ସର୍ବୋଚ୍ଚ ଅଂଶଗ୍ରହଣ ପୁରସ୍କାର ମିଳିଛି। ଯାଜପୁର ମଧ୍ୟ ସମ୍ମାନଜନକ ଜ୍ଞାନଧାରା ପୁରସ୍କାର ପାଇଛି, ଗୁଣାତ୍ମକ ଧାରଣାକୁ ପ୍ରୋତ୍ସାହିତ କରିବା ଏବଂ ସଂଗଠନରେ ନିରନ୍ତର ଉନ୍ନତି ଅଭ୍ୟାସକୁ ଅନ୍ତର୍ଭୁକ୍ତ କରିବାରେ ଏହାର ଉତ୍କର୍ଷତାକୁ ସ୍ୱୀକୃତି ଦେଇଛି।

ଆହୁରି ମଧ୍ୟ, ହିସାର ୟୁନିଟ୍ ୪୧ ତମ ସିସିକ୍ୟୁସି ଦିଲ୍ଲୀ ଚାପ୍ଟର କନଭେନସନ୍ ୨୦୨୬ ରେ ୨୪ ଟି ସ୍ୱର୍ଣ୍ଣ ଏବଂ ୬ ଟି ରୌପ୍ୟ ପୁରସ୍କାର ହାସଲ କରିଛି ଏବଂ ଉନ୍ନତି ପାଇଁ ସୁଯୋଗ ଚିହ୍ନଟ କରିବା, କାର୍ଯ୍ୟକ୍ଷମ ଆହ୍ୱାନର ମୁକାବିଲା ଏବଂ ପ୍ରକ୍ରିୟା ଦକ୍ଷତାକୁ ମଜଭୁତ କରିବାରେ ଏହାର ଉଦ୍ୟମ ପାଇଁ ସ୍ୱୀକୃତି ପାଇଛି ।

ଏହି ସଫଳତା ପାଇଁ ଦଳକୁ ଅଭିନନ୍ଦନ ଜଣାଇ ଶ୍ରୀ ଦୀପକ ଅଗ୍ରୱାଲ, ଯାଜପୁରର ୟୁନିଟ୍ ହେଡ୍, ଜିନ୍ଦଲ ଷ୍ଟେନଲେସ୍ କହିଛନ୍ତି, “ମୁଁ ଗର୍ବିତ ଯେ ୭୧ ଟି ଦଳ ସହିତ ଜିନ୍ଦଲ ଷ୍ଟେନଲେସର ପ୍ରତିନିଧିତ୍ୱ ପ୍ରଥମ ଥର ପାଇଁ ଗୋଟିଏ କମ୍ପାନୀର ଉତ୍ସାହ ଦେଖିଛି । ଆମର ସମସ୍ତ ଦଳ ସ୍ୱର୍ଣ୍ଣ ପୁରସ୍କାର ଗ୍ରହଣ କରିବା ଆମର କର୍ମଚାରୀଙ୍କ ଦ୍ୱାରା ପାଳନ ହେଉଥିବା ଦୃଢ ସଂସ୍କୃତି ଏବଂ ଗୁଣାତ୍ମକ ଧାରଣା ପ୍ରୟୋଗ ଏବଂ ଉନ୍ନତ ପ୍ରକ୍ରିୟା ଦିଗରେ କାର୍ଯ୍ୟ କରିବାରେ ସେମାନଙ୍କର ସାମୂହିକ ପ୍ରୟାସକୁ ପ୍ରତିଫଳିତ କରେ । ମୁଁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତତା, ଦଳଗତ କାର୍ଯ୍ୟ ଏବଂ ସମସ୍ୟା ସମାଧାନ ଆଭିମୁଖ୍ୟ ପାଇଁ ଅଭିନନ୍ଦନ ଜଣାଉଛି । ”

ଏହି ସମ୍ମିଳନୀରେ ଅଂଶଗ୍ରହଣ ଏକ ସଂସ୍କୃତିକୁ ପୋଷଣ କରିବା ପାଇଁ ଜିନ୍ଦଲ ଷ୍ଟେନଲେସର ନିରନ୍ତର ପ୍ରୟାସକୁ ସୂଚିତ କରେ । ଯେଉଁଠାରେ କର୍ମଚାରୀମାନେ ପ୍ରକ୍ରିୟାରେ ଉନ୍ନତି ଆଣିବା, କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ନୂତନତ୍ୱକୁ ସକ୍ରିୟ ଭାବରେ ସହଯୋଗ କରନ୍ତି । ସିସିକ୍ୟୁସି ପ୍ଲାଟଫର୍ମ କର୍ମଚାରୀମାନଙ୍କୁ ସେମାନଙ୍କର ସମସ୍ୟା ସମାଧାନ ପଦକ୍ଷେପ ପ୍ରଦର୍ଶନ କରିବା, ଶିଳ୍ପ ସାଥୀମାନଙ୍କ ସହିତ ଜ୍ଞାନ ଏବଂ ସର୍ବୋତ୍ତମ ଅଭ୍ୟାସ ଆଦାନ ପ୍ରଦାନ କରିବା ଏବଂ ସଂଗଠନର ଅଭିଜ୍ଞତାରୁ ଶିଖିବାର ସୁଯୋଗ ପ୍ରଦାନ କରେ । ଏହା ସୁସ୍ଥ ପ୍ରତିଯୋଗିତା, ସହଯୋଗ ଏବଂ କର୍ମଚାରୀଙ୍କ ନେତୃତ୍ୱାଧୀନ ଉନ୍ନତି ପଦକ୍ଷେପକୁ ମଧ୍ୟ ପ୍ରୋତ୍ସାହିତ କରେ ।

About The Author