November 11, 2026

ଆଜିଠୁ ବନ୍ଦ ହେଲା କେଦାରନାଥ ଧାମର ଦର୍ଶନ

kedarnath

ନୂଆଦିଲ୍ଲୀ: ଶୀତ ଋତୁର ଆଗମନ ସହ ବନ୍ଦ ହୋଇଛି ପ୍ରସିଦ୍ଧ କେଦାରନାଥ ଧାମର ଦ୍ୱାର। ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ପାରମ୍ପରିକ ନୀତିକାନ୍ତି ସମ୍ପନ୍ନ ହେବା ପରେ ଆଜି ସକାଳ ୮ଟା ୩୦ ମିନିଟ୍‌ରେ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରାଯାଇଛି ବାବା କେଦାରନାଥଙ୍କ ମନ୍ଦିର ଦ୍ୱାର।

ପ୍ରବଳ ତୁଷାରପାତ ଓ ଅତ୍ୟଧିକ ଥଣ୍ଡାକୁ ଦୃଷ୍ଟିରେ ରଖି ଆସନ୍ତା ୬ ମାସ ପର୍ଯ୍ୟନ୍ତ ଧାମରେ ଦର୍ଶନ ବନ୍ଦ ରହିବ। ତେବେ ଏହି ସମୟରେ ମଧ୍ୟ ଭକ୍ତମାନେ ବାବାଙ୍କ ଦର୍ଶନରୁ ବଞ୍ଚିତ ହେବେ ନାହିଁ। ଶୀତକାଳୀନ ପୂଜା ପାଇଁ ପ୍ରଭୁ କେଦାରନାଥଙ୍କ ଚଳନ୍ତି ବିଗ୍ରହ ଓଁକାରେଶ୍ୱର ମନ୍ଦିରକୁ ସ୍ଥାନାନ୍ତର ହେବେ। ସେଠାରେ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ।
ସେହିପରି ଆଜି ସକାଳ ପ୍ରାୟ ୧୦ଟା ୩୦ ମିନିଟ୍‌ରେ ଗଙ୍ଗୋତ୍ରୀ ଧାମର କପାଟ ମଧ୍ୟ ବନ୍ଦ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଆସନ୍ତା ୧୬ ତାରିଖରେ ବଦ୍ରିନାଥ ଧାମର ଦ୍ୱାର ବନ୍ଦ ହେବାକୁ ଯାଉଛି।

About The Author