ବିଜେଡ଼ିରୁ ନିଲମ୍ବନ ପରେ ଆଜି କଟକରେ ଦଶ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ

WhatsApp Image 2026-05-04 at 12.58.53 AM (1)

କଟକ : ବିଜେଡ଼ିରୁ ନିଲମ୍ବନ ପରେ ଆଜି କଟକରେ ଦଶ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଛନ୍ତି ପୂର୍ବତନ ଚୌଦ୍ୱାର କଟକ ବିଧାୟକ ପ୍ରଭାତ ବିଶ୍ୱାଳ। ବିଜେଡ଼ିରୁ ପ୍ରଭାତଙ୍କ ସମର୍ଥକ ସାମୁହିକ ଇସ୍ତଫା ଦେବା ସହ ଆଗାମୀ ଦିନରେ ରାଜନୈତିକ ଲଢ଼େଇ ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଭାତ।

ସ୍ବାଧିନ ବିଧାୟକରୁ ରାଜନୀତି ଆରମ୍ଭ କରି ବିଜୁଜନତା ଦଳରେ ଦୁଇଥର ବିଧାୟକ ଥିବା ପ୍ରଭାତ ଆଜି ବିଜେଡି ପ୍ରତି ବିଷ ଓଗାଳିଛନ୍ତି। ଦଳ ପାଇଁ ନିଜର ଘର ଦ୍ବାର ବନ୍ଧା ପକାଇ ଧାର କରଜ କରି ଦଳ ପାଇଁ ନିଷ୍ଠାପର ଭାବେ କାମ କରି ସୁଦ୍ଧା ଦଳ ତାଙ୍କୁ ବୁଝି ନପାରି କୁଚକ୍ରୀଙ୍କ ପ୍ରରୋଚନାରେ ଦଳରୁ ନିଲମ୍ବିତ କରିଥିଲା ବୋଲି କହିଛନ୍ତି। ତାଙ୍କୁ ବହିଷ୍କାର ପରେ ପୁଅ ସୌଭିକ୍ ବିଶ୍ବାଳଙ୍କୁ ବିଜେଡି ସପକ୍ଷରେ ମତଦାନ ପାଇଁ ନିର୍ଦ୍ଦେଶ ଦିଆଗଲା ମାତ୍ର ବାପାଙ୍କୁ ଯେତେବେଳେ ଦଳ ନିଲମ୍ବନ କରିଛି ସେତେବେଳେ ପୁଅ ପିତୃ ଅପମାନର ପ୍ରତିଶୋଧ ପାଇଁ କ୍ରସ୍ ଭୋଟ ଦେଇ ନିଲମ୍ବିତ ହୋଇଛନ୍ତି। ଆଜି ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀର ପ୍ରଭାତ ବିଶ୍ୱାଳଙ୍କ ୨୦ ହଜାରରୁ ଉର୍ଦ୍ଧ୍ବ ସମର୍ଥକ ଚାଉଳିଆଗଞ୍ଜ ପଡ଼ିଆରେ ଏକାଠି ହୋଇ ରାଜ୍ୟବାସିଙ୍କୁ ଦେଖାଇ ଦେଲେ ଯେ ଏବେବି ହଜାର ହଜାର ସମର୍ଥକ ପ୍ରଭାତଙ୍କ ସହିତ ଅଛନ୍ତି।

About The Author