ବିବାହର ପ୍ରଲୋଭନ ଦେଖାଇ ଦୁଇ ନାବାଳିକାଙ୍କୁ ଶାରୀରିକ ଶୋଷଣ – ଦୁଇ ଯୁବକ ଗିରଫ, ପକ୍ସୋ କୋର୍ଟକୁ ପ୍ରେରଣ

WhatsApp Image 2026-05-11 at 6.18.20 PM

କଳିଙ୍ଗନଗର ୯/୦୫(ଖବର ଦର୍ପଣ): ବିବାହର ପ୍ରଲୋଭନ ଦେଖାଇ ଦୁଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ସେମାନେ ଗର୍ଭବତୀ ହୋଇପଡ଼ିବା ଘଟଣା ଅଞ୍ଚଳରେ ଭୟଙ୍କର ଚଞ୍ଚଳ ସୃଷ୍ଟି କରିଛି।
ଏହି ଘଟଣା ଗୋବରଘାଟି ଗାଁରେ ଘଟିଥିବା ବେଳେ, ପୀଡିତ ଦୁଇ ନାବାଳିକା ମଧ୍ୟରୁ ଜଣେ ମାଉସୀ ଝିଅ ଓ ଅନ୍ୟଜଣେ ମାମୁଁ ଝିଅ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଦୁଇ ଯୁବକ କଙ୍କଡ଼ାହାଡ଼ ଅଞ୍ଚଳର ବସିନ୍ଦା ଓ ଦୁହେଁ ମଧ୍ୟରେ ଗଭୀର ବନ୍ଧୁତା ଥିବା କୁହାଯାଉଛି।
ପୋଲିସ ତଦନ୍ତ ଅନୁସାରେ, ପ୍ରାୟ ୬ ମାସ ଧରି ଏହି ଅସମ୍ବନ୍ଧିତ ସମ୍ପର୍କ ଚାଲିଥିଲା। ବିବାହ କରିବାର ମିଠା ଆଶ୍ୱାସନ ଦେଇ ଦୁଇ ଯୁବକ ନାବାଳିକାଙ୍କୁ ଠକିଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ଦୁଇଜଣ ନାବାଳିକା ଗର୍ଭବତୀ ହେବା ପରେ ଘଟଣା ପ୍ରକାଶ ପାଇଥିଲା।
ଘଟଣାର ସୂଚନା ପାଇ ପୋଲିସ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାମଲା ନମ୍ବର ୧୭/୨୬ ରେ ରୁଜୁ ହୋଇଥିବା ଏହି ଘଟଣାରେ ଦୁହେଁକୁ ପକ୍ସୋ ଆଇନ ଅନୁଯାୟୀ କୋର୍ଟରେ ଉପସ୍ଥାପନ କରାଯାଇ ପରେ ଜେଲ୍‌କୁ ପଠାଯାଇଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିସ୍ଥିତି ଦେଖାଦେଇଛି। ନାବାଳିକାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠୁଥିବା ବେଳେ, ଏପରି ଘଟଣା ରୋକିବା ପାଇଁ କଠୋର ପଦକ୍ଷେପ ଆବଶ୍ୟକ ବୋଲି ସାଧାରଣ ଲୋକମାନେ ଦାବି କରୁଛନ୍ତି।

About The Author