ଇମ୍ଫା ପକ୍ଷରୁ ବିଶ୍ଵ ପରିବେଶ ଦିବସ-୨୦୨୬ ପାଳନ
କଳିଙ୍ଗ ନଗରତା୦୫.୦୬.୨୦୨୬ ରିଖ: ବର୍ଦ୍ଧିତ ଜଳବାୟୁ ପରିବର୍ତ୍ତନ ସମୟରେ ପରିବେଶ ସୁରକ୍ଷା ଓ ସବୁଜ ପୃଥିବୀ ଗଠନର ବାର୍ତ୍ତା
ନେଇ ଦେଶ ତଥା ରାଜ୍ୟର ଅଗ୍ରଣୀ ଫେରୋକ୍ରୋମ ଉତ୍ପାଦକ କମ୍ପାନୀ “ଇମ୍ଫା” ତରଫରୁ ସ୍ଥାନୀୟ କଳିଙ୍ଗ ନଗର, ଯାଜପୁର ଠାରେ ସ୍ଥିତ କାରଖାନା ମଧ୍ୟରେ ବିଶ୍ୱ ପରିବେଶ ଦିବସ-୨୦୨୬ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଶାଖା ଅଧିକାରୀ ମଦନ ମୋହନ ସାହୁ ଉଦ୍ଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପଦାଧିକାରୀ ହିମାଂଶୁ ଶେଖର ସାହୁ ଓ ସତ୍ୟସ୍ୱରୂପ ଦ୍ଵିବେଦୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଉଦ୍ଦଘାଟନକରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଶାଖା ଅଧିକାରୀ ମଦନ ମୋହନ ସାହୁ ପରିବେଶ ସୁରକ୍ଷା ତଥା ସଚେତନତାର ବାର୍ତ୍ତ ନେଇ ବନୀକରଣ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇ ଥିଲେ । ଏହି ଅବସରରେ ଇମ୍ଫା ପକ୍ଷରୁ ବ୍ଯୁରୋ ହେଡ ତଥା ବରିଷ୍ଠ ଉପସଭାପତି ଚିରୁଗୁପଲ୍ଲୀ ସୁରେଶ ବାବୁ ଯୋଗଦେଇ ଇମ୍ଫା ଶିଳ୍ପଗୋଷ୍ଠୀର ଅଞ୍ଚଳରେ ପରିବେଶସୁରକ୍ଷା ପ୍ରତି ପ୍ରତିବଦ୍ଧତ୍ତା ବିଷୟରେ କର୍ମଚାରୀ ତଥା ସ୍ଥାନୀୟ ନେତୃବୃନ୍ଦଙ୍କୁ କହିଥିଲେ । ଆଧୁନିକ ଜୀବନଚର୍ଯ୍ୟାରେ ସୁରକ୍ଷିତ ପରିବେଶର ଆବଶ୍ୟକତାକୁ ଆଖି ଆଗରେରଖି ଅଞ୍ଚଳରେ ଇମ୍ଫା କଳିଙ୍ଗନଗର ପକ୍ଷରୁ ବଡଶୁଲିଡିହ, ମାନତିରା ଅଞ୍ଚଳରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ, ସ୍ଥାନୀୟ ସ୍କୁଲରେ ଚାଲୁଥିବା ବିଭିନ୍ନ ପରିବେଶ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମସୌର ଚାଳିତ ଷ୍ଟ୍ରିଟ ଲାଇଟ ତଥା ସୌର ଚାଳିତ ପିଇବା ପାଣି ପ୍ରକଳ୍ପ ବିଷୟରେ ସ୍ଥାନୀୟ ନେତୃବୃନ୍ଦ ତଥା ଗ୍ରାମବାସୀଙ୍କୁ ସୁଚାଇଥିଲେ । ପରିବେଶ ସୁରକ୍ଷାକୁ ଏକ ବଡ଼ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି କୁତ୍ରିମ ଜଙ୍ଗଲ ସୃଷ୍ଟି କରାଯିବ ସହିତ ଦଶହଜାର ଗଛ ବଣ୍ଟା ଯିବା ସହିତ ଆଗାମୀ ଦିନରେ କମ୍ପାନୀ ପକ୍ଷରୁ ଏହିସବୁ ପଦକ୍ଷେପ ଗୁଡିକୁ ଯଖପୁରା, ଚାନ୍ଦିଆ ସମେତ ଅନ୍ୟାନ୍ୟ ସଂଲଗ୍ନ ପଞ୍ଚାୟତ ଗୁଡିକରେ ବ୍ୟାପକ କରାଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ପରିବେଶ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା ।
ଇମ୍ଫା ତରଫରୁ ପ୍ରୋଜେକ୍ଟ ହେଡ ପି.ଭି.କିଶୋର, ପ୍ରଡକ୍ସନ ହେଡ ସୁଜିତ ମିଶ୍ର, ନିହାର ରଞ୍ଜନ ବଳ, ଜି.ଏମ. ପାୱାର ଡିସଟ୍ରିବ୍ୟୁସନ, ସେଫ୍ଟି ହେଡ ଜଗଦୀଶ ପାଢୀ, ପରିବେଶ ବିଭାଗର ମୁଖ୍ୟ ହିମାଂଶୁ ଶେଖର ପାତ୍ର ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଇମ୍ଫା ଲୋକ ସମ୍ପର୍କ ବିଭାଗର ମୁଖ୍ୟ ବାସୁଦେବ ମୁଣ୍ଡା, ସହକାରୀ ଲୋକସମ୍ପର୍କ ଅଧିକାରୀ ପ୍ରିୟବ୍ରତ କେଶି, ଲୋକ ସମ୍ପର୍କ ବିଭାଗର ଅଫିସର ସୁଜିତ ରାଉତ, ମାନବ ସମ୍ବଳ ବିଭାଗର ସିନିୟର ମ୍ୟାନେଜର ସୁଧାଂଶୁ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।
