September 11, 2026

ପୁଣି ବଢ଼ିବ କି ପେଟ୍ରୋଲ-ଡିଜେଲ ଦର

oil

ନ୍ୟୁୟର୍କ,୯।୬: ଗତ କିଛି ଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ୍‌କ୍ରୁଡ୍‌ ମୂଲ୍ୟରେ ହ୍ରାସ ଘଟିବା ସହିତ ଅଶୋଧିତ ତୈଳ ବଜାରରେ ସୃଷ୍ଟି ହୋଇଥିବା ଚାପ ଆପାତତଃ କମିଥିଲା। କିନ୍ତୁ ସୋମବାର ବ୍ରେଣ୍ଟକ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ୯୭ ଡଲାର ଟପିଛି। ଇରାନ ଏବଂ ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ଦ୍ୱାରା ପଶ୍ଚିମ ଏସିଆ ସ୍ଥିତି ପୁଣି ଅଶାନ୍ତ ହୋଇପଡ଼ିବା ସହିତ ଉପସାଗରୀୟ ଦେଶଗୁଡିକରୁ ତୈଳ ପରିବହନକୁ ନେଇ ଅନିଶ୍ଚିତତା ଦେଖାଯାଇଛି। ଏହାଯୋଗୁ ବ୍ୟାରେଲ ପିଛା ବ୍ରେଣ୍ଟକ୍ରୁଡ୍‌ ମୂଲ୍ୟରେ ୪.୪୨ ଡଲାର ବୃଦ୍ଧି ଘଟି ମୂଲ୍ୟ ୯୭.୧୫ ଡଲାର ରହିଥିବା ଜଣାପଡ଼ିଛି।

ସେହିପରି ଆମେରିକାର ଡବ୍ଲ୍ୟୁଟିଆଇ କ୍ରୁଡ୍‌ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ଏହାକୁ ନେଇ ନିବେଶକମାନେ ଆଶଙ୍କିତ ହୋଇପଡ଼ିଥିବାରୁ ଅନ୍ତର୍ଜାତୀୟ ଅଶୋଧିତ ତୈଳ ବଜାରରେ ପୁଣି ଅସ୍ଥିରତା ଦେଖାଯିବ ବୋଲି ଆକଳନ କରାଯାଉଛି। ଇସ୍ରାଏଲ ଇରାନର ଏକ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ସମେତ ବହୁ ପ୍ରତିରକ୍ଷା ଭିତ୍ତିଭୂମି ଉପରେ ଆକ୍ରମଣ କରିଥିବା ସୋମବାର ନିଶ୍ଚିତ କରିବା ପରେ ଏଭଳି ସ୍ଥିତି ଦେଖାଯାଇଛି। ଏପ୍ରିଲ ୮ରେ ହୋଇଥିବା ଯୁଦ୍ଧବିରତି ବୁଝାମଣା ପରେ ପ୍ରଥମଥର ଲାଗି ଇସ୍ରାଏଲର ଆକ୍ରମଣ ପଶ୍ଚିମ ଏସିଆ ସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ବିଶେଷକରି ହର୍ମୁଜ୍‌ ପ୍ରଣାଳୀ ଦେଇ ତୈଳ ଓ ଇନ୍ଧନ ପରିବହନ ପୁଣିଥରେ ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି।

About The Author