ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ୧ ଲକ୍ଷ ୧ ହଜାର କୋଟି ଟଙ୍କାର ପୁଞ୍ଜନିବେଶ

mohan majhi

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ୧ ଲକ୍ଷ ୧ ହଜାର କୋଟି ଟଙ୍କାର ପୁଞ୍ଜନିବେଶ ଲାଗି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଓଡ଼ିଶାରେ ଦେଶର ବୃହତ ବିଦେଶୀ ପୁଞ୍ଜି ନିବେଶ । ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ଼ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ନିବେଶ କରିବ ୧ ଲକ୍ଷ ୧ ହଜାର କୋଟି । ରାଜ୍ୟର ଖଣି କ୍ଷେତ୍ରରେ ବଡ଼ ବିଦେଶ ପୁଞ୍ଜିନିବେଶ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ଵାକ୍ଷରିତ ହୋଇଛି ଏମଓୟୁ। ଶିଳ୍ପ ବିଭାଗ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।
ଏଥିନେଇ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଏବଂ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡର କରଣ ଆଦାନୀ ପ୍ରମୁଖ ଉପସ୍ଥିତ ଥିଲେ । ୧ ଲକ୍ଷ ୧ ହଜାର କୋଟି ନିବେଶ ଦ୍ୱାରା ୫୩ ହଜାର ୫୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି।

About The Author