September 10, 2026

ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରାଲ୍‌: କଳିଙ୍ଗନଗର ପୋଲିସ୍‌ ପଞ୍ଜାରେ ଅଭିଯୁକ୍ତ ଯୁବକ

kalinga

କଳିଙ୍ଗନଗର, ୨୪/୭ (ନି.ପ୍ର): ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ କଳିଙ୍ଗନଗର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ପଳାଶପଡ଼ା ଗ୍ରାମର ଗିରିଜା ଶଙ୍କର ମହାନ୍ତ (୨୬)।ମିଳିଥିବା ସୂଚନା ମୁତାବକ, ଝୁମ୍ପାନ ଗ୍ରାମର ଜଣେ ୨୨ ବର୍ଷୀୟା ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଅଭିଯୁକ୍ତ ଗିରିଜା ଶଙ୍କର ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ଏ ନେଇ ପୀଡ଼ିତା ଯୁବତୀଙ୍କ ପକ୍ଷରୁ କଳିଙ୍ଗନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ କେସ୍ ନଂ ୧୯୦/୨୬ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ପୋଲିସ ଅଭିଯୁକ୍ତ ଗିରିଜା ଶଙ୍କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

About The Author