September 12, 2026

ଭାରତୀୟ ମହିଳା କ୍ରିକେଟର ତଥା ବାମହାତୀ ସ୍ପିନର ଶ୍ରୀ ଚରଣି ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ମ୍ୟାଚରେ ଭାରତୀୟ ଭାବେ ଦ୍ରୁତତମ ୫୦ ୱିକେଟ ପୂରଣ କରିଛନ୍ତି

WhatsApp Image 2026-09-12 at 7.51.25 PM

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ତଥା ବାମହାତୀ ସ୍ପିନର ଶ୍ରୀ ଚରଣି ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ମ୍ୟାଚରେ ଭାରତୀୟ ଭାବେ ଦ୍ରୁତତମ ୫୦ ୱିକେଟ ପୂରଣ କରିଛନ୍ତି। ଏଥିସହିତ ଶ୍ରୀ ଚରଣି ଅନ୍ୟତମ ବାମହାତୀ ସ୍ପିନର କୁଳଦୀପ ଯାଦବଙ୍କୁ ପଛରେ ପକାଇ ଦେଇଛନ୍ତି। ଶ୍ରୀ ଚରଣି ୨୯ଟି ମ୍ୟାଚରୁ ୫୦ ୱି​‌େ​‌କଟ ପୂରଣ କରିଛନ୍ତି। କୁଳଦୀପ ୩୦ଟି ମ୍ୟାଚରୁ ହାସଲ କରି ଆଗରେ ରହିଥିଲେ। ୨୨ ବର୍ଷୀୟା ଶ୍ରୀ ଚରଣି ଏହି ଉପଲବ୍ଧି ଗୁରୁବାର ଦୁବାଇରେ ଖେଳାଯାଇଥିବା ଚଳିତ ମହିଳା ଏସିଆ କପ୍‌ର ବାଂଲାଦେଶ ବିପକ୍ଷ ସେମିଫାଇନାଲରେ ହାସଲ କରିଛନ୍ତି। ଚରଣି ଉକ୍ତ ମ୍ୟାଚରେ ଜୁଏରିଆ ଫିର୍ଦୋସଙ୍କୁ ଆଉଟ୍‌ କରି ୫୦ ୱିକେଟ ପୂରଣ କରିଥିଲେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ବରୁଣ ଚକ୍ରବର୍ତ୍ତୀ ୩୨ଟି ମ୍ୟାଚରୁ,ଅର୍ଶଦୀପ୍‌ ସିଂହ ୩୩ଟି ମ୍ୟାଚରୁ ଓ ରାଧା ଯାଦବ ୩୬ଟି ମ୍ୟାଚରୁ ୫୦ ୱିକେଟ ପୂରଣ କରିଥିଲେ

About The Author