ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ

rape

ବରୀ: ଯାଜପୁର ଜିଲ୍ଲା ବରୀ ଥାନା ଅଧିନ ବାଲିଆ ପଞ୍ଚାୟତର ବାଙ୍କସାହିର ରାମଚନ୍ଦ୍ର ମଲିକଙ୍କ ପୁତ୍ର ରାଜେଶ ଓରଫ ରାଜକିଶୋର ମଲିକକୁ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ବରୀ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। କିଛିଦିନ ତଳେ ଅଭିଯୁକ୍ତ ନାବାଳିକାକୁ ଅପହରଣ କରି ନେଇଯାଇଥିଲା। ନାବାଳିକାର ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ବରୀ ପୁଲିସ ସଂପୃକ୍ତ ଅଭିଯୁକ୍ତ ଯୁବକକୁ ବାଲିଆପାଳରୁ ଗିରଫ କରିବା ସହିତ ନାବାଳିକାକୁ ଉଦ୍ଧାର କରିଥିଲା। ଥାନାପକ୍ଷରୁ କେଶ ନଂ ୧୨୧ରେ ମାମଲା ରଜୁ କରି ପୋକ୍ସ ଆକ୍ଟରେ ଅଭିଯୁକ୍ତ ରାଜେଶକୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରିଣୀ ହେମଲତା ଦାସଙ୍କ ଠାରୁ ସୂଚନା ମିଳିଛି। ପୂର୍ବରୁ ଦୁଇ ବର୍ଷ ତଳେ ସମାନ ଅଭିଯୋଗ ମାମଲାରେ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇଥିଲା। ଏହା ତାର ଦ୍ବିତୀୟ ଥର ସମାନ ମାମଲା କରିଥିବା ଜଣାପଡ଼ିଛି।

About The Author