September 10, 2026

ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ

WhatsApp Image 2026-04-11 at 3.57.00 PM (1)

ଗଞ୍ଜାମ: ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ ଦେଉଳକୁ ଫେରିଯିବେ ମା’ କାଳୀ । ଚମାଖଣ୍ଡି ସୀତାନଗର ମା’ ଦଣ୍ଡ କାଳୀଙ୍କ ଯାତ୍ରା ତ୍ରିବେଣୀ ମଠ ଛକଠାରେ ଅନୁଷ୍ଠିତ ହୋଇଛି। ପ୍ରଥମେ ଦାସ ପରିବାର ତଥା ଗଦାଧର ଦାସଙ୍କ ପରିବାର ସମେତ ସ୍ଥାନୀୟ ଅଧିବାସୀ ସାନ ବଜାର ସ୍ଥିତ ଶନି ମନ୍ଦିରଠାରେ ମା’ଙ୍କୁ ଆମନ୍ତ୍ରଣ କରି ଦଣ୍ଡ ସ୍ଥଳକୁ ପାଛୋଟି ନେଇଥିଲେ । ଝୁଣା, ଢୋଲ ଓ ମହୁରୀ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ସହର। ସେଠାରେ ମା ’ କାଳୀଙ୍କୁ ଆରାଧନା ସହ ପୂଜାର୍ଚ୍ଚନା କରାଯିବା ପରେ ପୂର୍ବାହ୍ନରେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥିଲା । ମା’ଙ୍କ ଦଣ୍ଡ ଯାତ୍ରା ଦେଖିବାକୁ ଆଖ ପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼ ଜମିଥିଲା । ରାତିରେ ପୌରାଣିକ ନାଟକ ମଞ୍ଚସ୍ତ ହେବ । ପ୍ରତିବର୍ଷ ଦାସ ପରିବାର ପକ୍ଷରୁ ଏହି ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ଜଣାପଡିଛି ।

About The Author