ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷା

WhatsApp Image 2026-06-09 at 10.46.01 AM

ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ଡ ଚୈତାଳି ଷଡ଼ଙ୍ଗୀ ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଅବସରରେ ପୂର୍ବତନ ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ଖୁଣ୍ଟିଆ, ମୁଖ୍ୟ କିରାଣୀ ଜ୍ୟୋତ୍ସ୍ନା କର , କିରାଣୀ ମାନସ ସାଗର ବେହେରା ପ୍ରମୁଖ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ଅଧ୍ୟକ୍ଷା ଷଡ଼ଙ୍ଗୀ ହେଉଛନ୍ତି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ବିଚିତ୍ରା ନନ୍ଦ ଦାସଙ୍କ ଝିଅ ଅଟନ୍ତି। ସେ କଟକ ଆର୍‌ଏନଆଇଏଏସଇ ବିଏଡ କଲେଜରେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ। ଏଠାକୁ ସେ ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ବଦଳି ହୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୁର୍ବରୁ ଏଠାରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ଡ ଦିଲ୍ଲୀପ କୁମାର ଖୁଣ୍ଟିଆଙ୍କ ଫୁଲବାଣୀ ବିଏଡ କଲେଜକୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ବଦଳି ହୋଇଥିବାବେଳେ ଅନ୍ୟଜଣେ ସହକାରୀ ପ୍ରଫେସର ବାବୁ ରାମ ପାଣିଙ୍କ ସୁନ୍ଦରଗଡ଼ ଆଇଟିଇପିକୁ ବିଭାଗୀୟ ମୁଖ୍ୟ ଭାବେ ବଦଳି ହୋଇଯାଇଛି। ଡ. ଷଡ଼ଙ୍ଗୀ ନୂତନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମହାବିଦ୍ୟାଳୟର ଆହୁରି ଅନେକ ବିକାଶ ହେବ ବୋଲି ଆଶା କରାଯାଉଛି।

About The Author