ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତେଲ୍ଲା ଅଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ନିମନ୍ତ୍ରଣ

khadge

ନୂଆଦିଲ୍ଲୀ: ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତେଲ୍ଲା ଅଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଦଳର ବରିଷ୍ଠ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମନ ଖୁର୍ସିଦ ଓ କଂଗ୍ରେସ ଦଳର ଗଣମାଧ୍ୟମ ଶାଖା ମୁଖ୍ୟ ପୱନ ଖେଡାଙ୍କୁ ନିମନ୍ତ୍ରଣ କରାଯାଇଛି। ଇରାନ ସରକାର କଂଗ୍ରେସ ଦଳର ଏହି ବରିଷ୍ଠ ନେତୃବୃନ୍ଦଙ୍କୁ ନିମନ୍ତ୍ରଣ କରିଥିବା ବୁଧବାର ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି। ପୂର୍ବରୁ ଇରାନ ରାଷ୍ଟ୍ରପତି ମାସୁଦ୍ ପେଜେସ୍‌କିଆନ୍ ଏହି କାର୍ଯ୍ୟକ୍ରମ ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ। ମୋଦୀଙ୍କ ପକ୍ଷରୁ ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ବିହାର ରାଜ୍ୟପାଳ ​‌ଲେପ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନୋନ୍‌ ଓ ବୈଦେଶିକ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ପ୍ରତିନିଧିତ୍ବ କରିବେ। ଜୁଲାଇ ୪ରୁ ୯ ତାରିଖ ପର୍ଯ୍ୟନ୍ତ ଖାମେନେଇଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଅନୁଷ୍ଠିତ ହେବ।​‌

About The Author