ଭାରତ ପରେ ପାକିସ୍ତାନରେ ଭୂମିକମ୍ପ
ଇସଲାମାବାଦ: ଭାରତରେ ଭୂମିକମ୍ପ ହେବାର ୬ ଘଣ୍ଟା ପରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ମୃତାହତଙ୍କ ବିଷୟରେ ବିସ୍ତୃତ ସୂଚନା ମିଳିନାହିଁ।ଶନିବାର ଭୋର ୪ଟା ୩୬ ସମୟରେ ହିମାଚଳ ପ୍ରଦେଶର ସିମଲାରେ ୪.୧ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଘରେ ଶୋଇଥିବା ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା ଏବଂ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା।
