ଆପ୍‌ ଜରିଆରେ କେଇ ସେକେଣ୍ଡରେ ହୋଇଯିବ

WhatsApp Image 2026-05-07 at 5.23.52 PM

ନୂଆଦିଲ୍ଲୀ: ଆଜିର ଅତ୍ୟାଧୁନିକ ଯୁଗରେ ଟେକ୍ନୋଲୋଜି ଆମ ଜୀବନଶୈଳୀକୁ ଅନେକ ସହଜ କରିଦେଇଛି। ପୂର୍ବରୁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଗ୍ରାହକଙ୍କୁ ଗ୍ୟାସ ଏଜେନ୍ସିକୁ ଦୌଡ଼ିବାକୁ ପଡ଼ୁଥିଲା କିମ୍ବା ଫୋନ କଲ କରି ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ଭାରତ ସରକାରଙ୍କ ’ଉମଙ୍ଗ’ (UMANG) ଆପ ଏହି ସମସ୍ୟାର ସମାଧାନ କରିଛି। ମାତ୍ର କେଇ ମିନିଟ ମଧ୍ୟରେ ନିଜ ସ୍ମାର୍ଟଫୋନ ସାହାଯ୍ୟରେ ଆପଣ ଗ୍ୟାସ ବୁକ କରିବା ସହ ଅନଲାଇନ ପେମେଣ୍ଟ ମଧ୍ୟ କରିପାରିବେ।
ଉମଙ୍ଗ ଅଥାତ’ୟୁନିଫାଇଡ ମୋବାଇଲ ଆପ୍ଲିକେସନ ଫର ନିଉ-ଏଜ ଗଭର୍ଣ୍ଣାନ୍ସ’। ଏହା ଏକ ସରକାରୀ ପ୍ଲାଟଫର୍ମ ଯେଉଁଠାରେ ୧୫୦୦ରୁ ଅଧିକ ସରକାରୀ ସେବା ଉପଲବ୍ଧ। ଆପଣ ଭାରତ ଗ୍ୟାସ, ଇଣ୍ଡେନ କିମ୍ବା ଏଚ୍‌ପିି ଗ୍ୟାସ – ଯେକୌଣସି କମ୍ପାନୀର ଗ୍ରାହକ ହୋଇଥାନ୍ତୁ ନା କାହିଁକି, ଏହି ଆପ ମାଧ୍ୟମରେ ବୁକିଂ କରିପାରିବେ। କେବଳ ସେତିକି ନୁହେଁ, ପୁରୁଣା ବୁକିଂ ଇତିହାସ ଏବଂ ସବସିଡି ଷ୍ଟାଟସ ମଧ୍ୟ ଏଠାରେ ଯାଞ୍ଚ କରିହେବ।

About The Author