ଇସ୍ରୋର ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମ ପାଇଁ ଜୁପିଟିର ଛାତ୍ର ମନୋନୀତ
ଭୁବନେଶ୍ବର: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନ୍ତରୀକ୍ଷ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଷ୍ଟେମ୍ କ୍ଷେତ୍ର ପ୍ରତି ଆଗ୍ରହ ବୃଦ୍ଧି କରିବା ଲକ୍ଷ୍ୟରେ ଇସ୍ରୋ ଦ୍ୱାରା ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମ ୟୁଭିକାରେ ଅଂଶଗ୍ରହଣ କରିବା ପାଇଁ ଜୁପିଟର ପବ୍ଲିକ ସ୍କୁଲ ଭୁବନେଶ୍ୱରର ନବମ ଶ୍ରେଣୀ ଛାତ୍ର ସାହିଲ ସହିଷ୍ଣୁ ମନୋନୀତ ହୋଇଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ, ସରଳ ସାମଗ୍ରୀ ବ୍ୟବହାର କରି ଷ୍ଟେମ୍ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଛାତ୍ର-ନବପ୍ରବର୍ତକମାନଙ୍କୁ ସମ୍ମାନିତ କରୁଥିବା ଦ ରୋମାନ ୟଙ୍ଗ ସାଇନ୍ସ ଇନୋଭେଟର (ଆରୱାଇଏସ୍ଆଇ) ଆୱାର୍ଡସ୍ ୨୦୨୫ ପାଇଁ ଚୂଡ଼ାନ୍ତ ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତାରେଗଙ୍ଗପଡ଼ା, ଭୁବନେଶ୍ୱରସ୍ଥିତ ଜୁପିଟର ପବ୍ଲିକ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅନୁଶ୍ରୀ ପ୍ରଜ୍ଞା ଚୂଡ଼ାନ୍ତ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଅନ୍ୟତମ ଭାବେ ଚୟନ ହୋଇଥିଲେ । ଏହି ପୁରସ୍କାର ଆରମ୍ଭ ହେବା ପରଠାରୁ ଓଡ଼ିଶାରୁ ଅନୁଶ୍ରୀ ପ୍ରଥମ ଫାଇନାଲିଷ୍ଟ ହେବାର ଗୌରବ ଅର୍ଜନ କରିଛନ୍ତି।
