ଧାନମନ୍ତ୍ରୀଙ୍କୁ ବିବାହ ନିମନ୍ତ୍ରଣ ପଠାଇଲେ କର୍ଣ୍ଣାଟକର ଯୁବକ

WhatsApp Image 2026-04-27 at 2.53.35 PM

ନୂଆଦିଲ୍ଲୀ: କର୍ଣ୍ଣାଟକର ଜଣେ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବିବାହ ନିମନ୍ତ୍ରଣପତ୍ର ପଠାଇଥିଲେ। ପ୍ରଧାନମନ୍ତ୍ରୀ ଯୁବକଙ୍କୁ ଏକ ଚିଠି ଲେଖି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଉତ୍ତର ଦେଇଥିଲେ। ଆଉ ଯାହା ଲେଖିଥିଲେ , ତାହା ଯୁବକଙ୍କୁ ଭାବପ୍ରବଣ କରିଥିଲା। ଯାହାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। କର୍ଣ୍ଣାଟକର ରାଇଚୁର ଜିଲ୍ଲା କନିହାଲା ଗାଁର ରାଜେଶ ନାୟକ ଏପ୍ରିଲ ୧୩ ତାରିଖରେ ସବିତାଙ୍କୁ ବିବାହ କରିଥିଲେ। ବ୍ୟକ୍ତିଗତ ଇଚ୍ଛାରୁ ରାଜେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବିବାହକୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବଂ ଡାକ ଯୋଗେ ନିମନ୍ତ୍ରଣ ପଠାଇଥିଲେ। ଏପ୍ରିଲ ୧୬ ତାରିଖରେ ରାଜେଶ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏକ ଚିଠି ପାଇଥିଲେ । ଯେଉଁଥିରେ ଲେଖାଥିଲା ଶ୍ରୀ ରାଜେଶ ନାୟକ ଜୀ, ଆପଣଙ୍କ ବିବାହକୁ ମୋତେ ନିମନ୍ତ୍ରଣ କରିବା ପାଇଁ ମୁଁ ଆପଣଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଉଛି। ଆପଣମାନେ ପ୍ରତ୍ୟେକ ପରିସ୍ଥିତିରେ ପରସ୍ପରକୁ ସମର୍ଥନ କରନ୍ତୁ, ଆପଣଙ୍କ ସ୍ୱପ୍ନ ଏବଂ ଲକ୍ଷ୍ୟ ହାସଲ କରିବା ପାଇଁ ଏକାଠି ଚେଷ୍ଟା କରନ୍ତୁ। ଏବଂ ପ୍ରେମ ଏବଂ ବୁଝାମଣା ସହିତ ଆପଣଙ୍କ ଦାୟିତ୍ୱ ତୁଲାନ୍ତୁ। “ମୁଁ ପୁଣି ଥରେ ଆପଣମାନଙ୍କ ଉଭୟଙ୍କୁ ଏକ ଦୀର୍ଘ, ସୁଖୀ ଏବଂ ସୁନ୍ଦର ବୈବାହିକ ଜୀବନ ପାଇଁ ମୋର ଶୁଭକାମନା ଜଣାଉଛି।”

About The Author