କାର ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ

WhatsApp Image 2026-10-27 at 1.30.20 PM

ଆନନ୍ଦପୁର: ୨୦ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା କନ୍ତୋ ନିକଟରେ କାର ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁହୋଇଛି l ମୃତକ ସ୍ଥାନୀୟ ଭାଲୁକୁମା ଗ୍ରାମର ଜଗୁ ପ୍ରଧାନ (୫୮)l ଆଜି ପୂର୍ବାହ୍ନ ସାଢେ ଦଶଟା ସମୟରେ ଜଗୁ ବାଇକରେ ଯାଉଥିବା ବେଳେ କେନ୍ଦୁଝର ଆଡକୁ ଯାଉଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l

ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା

ଦୁର୍ଘଟଣା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘସିପୁରା ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

About The Author