ଗୁରୁବାର ଓଡ଼ିଶା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ

WhatsApp Image 2026-04-30 at 3.30.19 PM (1)

ଭୁବନେଶ୍ବର: ସଂସଦରେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଓ ନାରୀ ଶକ୍ତି ବନ୍ଦନ ଅଧିନିୟମ କାଟ ଖାଇବା ପରେ ଶାସକ ଦଳ ପକ୍ଷରୁ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିରୋଧୀଙ୍କୁ ମହିଳା ବିରୋଧୀ ବୋଲି ପ୍ରଚାର କରାଯାଉଛି। ଗୁରୁବାର ଓଡ଼ିଶା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଥିବାବେଳେ ଏଥିରେ ‘ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ’ ସମ୍ପର୍କରେ ଆଲୋଚନା ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ମୋସନ୍ ଆଣିବେ। ଏହା ଉପରେ ସବୁ ଦଳର ବିଧାୟକ ଆଲୋଚନା କରିବେ। ଶେଷରେ ମୁଖ୍ୟମନ୍ତ୍ରୀ ଆଲୋଚନାର ଉତ୍ତର ରଖିବେ ବୋଲି ଜଣାପଡ଼ିଛି

About The Author