ଦୁର୍ଗା ମୂର୍ତ୍ତି ଛୁଇଁବାକୁ ନେଇ ଶୁଭେନ୍ଦୁଙ୍କ ବଡ଼ ସର୍ତ୍ତ

WhatsApp Image 2026-10-21 at 7.42.30 PM

କଲକତା:ପଶ୍ଚିମବଙ୍ଗରେ ଦୁର୍ଗା ମୂର୍ତ୍ତି ବିସର୍ଜନକୁ ନେଇ ଏକ ବିବୃତ୍ତି ଦେଇ ଚର୍ଚ୍ଚାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ହୁଗଲି ନଦୀରେ ବିସର୍ଜନ ସମୟରେ କେବଳ ସନାତନ ଧର୍ମର ଅନୁଗାମୀମାନେ ଦୁର୍ଗା ମୂର୍ତ୍ତି ଛୁଇଁବେ ବୋଲି ସେ କହିଛନ୍ତି। ଧାର୍ମିକ ପରମ୍ପରା ଓ ବିସର୍ଜନର ପବିତ୍ରତା ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।କଲକତାର ବାବୁଘାଟରେ ବିସର୍ଜନ ବ୍ୟବସ୍ଥାର ସମୀକ୍ଷା କରିବା ସମୟରେ ଶୁଭେନ୍ଦୁ ଏହି ବୟାନ ଦେଇଥିଲେ। ଏହି ସମୟରେ କଲକତା ପୋଲିସ କମିଶନର ଅଜୟ କୁମାର ନନ୍ଦ ଏବଂ କଲକତା ମ୍ୟୁନିସିପାଲ କମିଶନର ସ୍ମିତା ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ।

ଶୁଭେନ୍ଦୁ କହିଛନ୍ତି ଯେ ହୁଗଲି ନଦୀରେ ମୂର୍ତ୍ତି ବୋହିବାରେ ସାମିଲ ହେଉଥିବା ଲୋକଙ୍କ ପରିଚୟ ରଖିବାକୁ ସେ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ମତରେ, ବିସର୍ଜନ ଏକ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିବାରୁ ହଜାର ହଜାର ବର୍ଷ ଧରି ପାଳନ ହୋଇଆସୁଥିବା ପରମ୍ପରା, ଶାସ୍ତ୍ର ଓ ନିୟମକୁ ଅନୁସରଣ କରିବା ଆବଶ୍ୟକ। ଏହାକୁ ସେ କୌଣସି ସାମ୍ପ୍ରଦାୟିକ ପ୍ରସଙ୍ଗ ନୁହେଁ ବୋଲି ମଧ୍ୟ କହିଛନ୍ତି।ବିସର୍ଜନ ସମୟରେ କୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଏଥିପାଇଁ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ

About The Author