September 10, 2026

ରାଜଧାନୀ ନୂଆଦିଲ୍ଲୀରେ ସୋମବାରଠୁ ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହେବ

WhatsApp Image 2026-08-16 at 4.48.28 PM

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ସୋମବାରଠୁ ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହେବ। ୧୭ ବର୍ଷ ପରେ ଭାରତକୁ ଫେରିଥିବା ଏହି ପ୍ରତିଯୋଗିତାରେ ଦୁଇ ଥରର ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ବ୍ୟକ୍ତିଗତ ଭାବେ ରେକର୍ଡ ଷଷ୍ଠ ବିଶ୍ବ ପଦକ ଲକ୍ଷ୍ୟରେ ରହିଛନ୍ତି। ୫ ଥରର ବିଶ୍ବ ପଦକ ବିଜୟିନୀ ଭାରତୀୟ ତାରକା ସିନ୍ଧୁ ୨୦୧୯ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ୨ ଥର ଲେଖାଏଁ ରୌପ୍ୟ ଓ କାଂସ୍ୟ କରାୟତ୍ତ କରିଛନ୍ତି। ତାଙ୍କୁ ଛାଡ଼ିକି ଅନ୍ୟ ଦୁଇ ଜଣ ଚୀନ୍‌ର ଲିନ୍‌ ଡାନ୍‌ (୫ ପୁରୁଷ ଏକକ ସ୍ବର୍ଣ୍ଣ) ଓ ଝଶଓ ୟୁନଲେଇ (୩ ମିଶ୍ରିତ ଯୁଗଳ, ୨ ମହିଳା ଯୁଗଳ ସ୍ବର୍ଣ୍ଣ) ୫ ଲେଖାଏଁ ପଦକ ଜିତିଛନ୍ତି।

ତେବେ ଘରୋଇ ପଡ଼ିଆରେ ସିନ୍ଧୁ ଯଦି କାଂସ୍ୟ ପଦକ ବି ଜିତନ୍ତି ତେବେ ସେ ବିଶ୍ବର ପ୍ରଥମ ଖେଳାଳି ଭାବେ ୬ ପଦକ ଜିତିବାର ଗୌରବ ଅର୍ଜନ କରିବେ। ନବମ ମାନ୍ୟତାପ୍ରାପ୍ତ ସିନ୍ଧୁ ପ୍ରଥମ ରାଉଣ୍ଡରେ ୧୪୧ତମ ଆୟର୍ଲାଣ୍ଡର ସୋଫିଆ ନୋବେଲ୍‌ଙ୍କ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବେ। ଯଦି ସିନ୍ଧୁ ଆଗକୁ ବଢ଼ନ୍ତି ତେବେ ପ୍ରିକ୍ବାର୍ଟର ଓ କ୍ବାର୍ଟରଫାଇନାଲ୍‌ରେ ତାଙ୍କର ମୁକାବିଲା ଯଥାକ୍ରମେ ତୃତୀୟ ମାନ୍ୟତାପ୍ରାପ୍ତ ଚୀନ୍‌ର ୱାଙ୍ଗ ଝି ୟି ଓ ଇଣ୍ଡୋନେସିଆର ପୁର୍ତି କୁସୁମାର ୱାର୍ଦାନୀଙ୍କ ସହ ହୋଇପାରେ। ମହିଳା ଏକକରେ ଭାରତର ଯୁବା ଖେଳାଳି ଉନ୍ନତି ହୁଦା ବିଶ୍ବ ପଦାର୍ପଣ କରିବେ। ସେ ପ୍ରଥମ ରାଉଣ୍ଡରେ ମିଆଁମାରର ଥେଟ ତାର୍‌ ତୁଜାରଙ୍କୁ ଭେଟିବେ।

About The Author