September 10, 2026

ସୋନମ ୱାଙ୍ଗଚୁକଙ୍କ ଅନଶନର ତୃତୀୟ ସପ୍ତାହ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ତତ୍ପର ହୋଇଉଠିଛନ୍ତି

wang

ନୂଆଦିଲ୍ଲୀ,୧୭।୭: ସୋନମ ୱାଙ୍ଗଚୁକଙ୍କ ଅନଶନର ତୃତୀୟ ସପ୍ତାହ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ତତ୍ପର ହୋଇଉଠିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦିଲ୍ଲୀର ତିନୋଟି ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛି ଯେ ସେମାନେ ଜନ୍ତର-ମନ୍ତରରେ ଚାଲିଥିବା ଅନଶନରେ ସାମିଲ ଥିବା ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଏବଂ ଅନ୍ୟ ଲୋକମାନଙ୍କର ଦିନକୁ ଦୁଇଥର ମେଡିକାଲ ଯାଞ୍ଚ କରନ୍ତୁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶ ସେମାନଙ୍କର ‘ବର୍ଡର-ଲାଇନ କଣ୍ଡିସନ’ (ଜଟିଳ ସ୍ବାସ୍ଥ୍ୟାବସ୍ଥା) ଏବଂ ଦୀର୍ଘ ସମୟ ଧରି ଭୋକିଲା ରହିବା ଯୋଗୁ ଶରୀରର ଅଙ୍ଗପ୍ରତ୍ୟଙ୍ଗ ହଠାତ୍‌ କାମ କରିବା ବନ୍ଦ କରିଦେବା ଭଳି ମେଡିକାଲ ଇମରଜେନ୍ସିକୁ ଧ୍ୟାନରେ ରଖି ଜାରି କରାଯାଇଛି।

ରିପୋର୍ଟ ଅନୁଯାୟୀ, ଆନ୍ଦୋଳନକାରୀମାନେ ହସ୍ପିଟାଲରେ ଭର୍ତ୍ତି ହେବା କିମ୍ବା ଜରୁରୀକାଳୀନ ମେଡିକାଲ ସହାୟତାର ଆବଶ୍ୟକତା ପଡ଼ିଲେ ମନ୍ତ୍ରଣାଳୟ ପକ୍ଷରୁ ଡାକ୍ତର ରାମ ମନୋହର ଲୋହିଆ (RML) ହସ୍ପିଟାଲକୁ ନୋଡାଲ ହସ୍ପିଟାଲ ଭାବେ ଘୋଷଣା କରାଯାଇଛି। ଆରଏମଏଲ ହସ୍ପିଟାଲ, ଭିଏମଏମସି ଏବଂ ସଫଦରଜଙ୍ଗ ହସ୍ପିଟାଲ ଏବଂ ଲେଡି ହାର୍ଡିଙ୍ଗ ମେଡିକାଲ କଲେଜର ମେଡିକାଲ ଟିମ୍‌କୁ ଦିନକୁ ଦୁଇଥରସକାଳ ୯ଟା ଏବଂ ରାତି ୯ଟାରେ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ କୁହାଯାଇଛି। ଏହା ସହିତ ସେଣ୍ଟ୍ରାଲାଇଜ୍ଡ ଆକ୍ସିଡେଣ୍ଟ ଆଣ୍ଡ ଟ୍ରମା ସର୍ଭିସେସକୁ ଦୁଇଟି ଆଡଭାନ୍ସଡ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ମୁତୟନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ହସ୍ପିଟାଲଗୁଡ଼ିକୁ ଘଣ୍ଟିଆ ନର୍ସିଂ କର୍ମଚାରୀ ନିୟୋଜିତ କରିବାକୁ ଏବଂ ଦୈନିକ ସ୍ବାସ୍ଥ୍ୟ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଛି। ମନ୍ତ୍ରଣାଳୟର ରୋଷ୍ଟର ଅନୁଯାୟୀ, ତିନୋଟି ହସ୍ପିଟାଲ ନିର୍ଦ୍ଧାରିତ ଦିନରେ ଆନ୍ଦୋଳନକାରୀଙ୍କ ପର୍ଯ୍ୟାୟକ୍ରମେ ଯାଞ୍ଚ କରିବେ।

About The Author