ଶ୍ରୀମନ୍ଦିରରେ ସନ୍ଧ୍ୟାରେ ୪ ଘଣ୍ଟା ପାଇଁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ

WhatsApp Image 2026-05-20 at 12.38.21 PM

ପୁରୀ: ଆଜି ମହାପ୍ରଭୁଙ୍କ ଅପୂର୍ବ ନୀତି ‘ବନକଲାଗି’ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ସନ୍ଧ୍ୟାରେ ୪ ଘଣ୍ଟା ପାଇଁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ପବିତ୍ର ବନକଲାଗି ନୀତି ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସୂଚନା ଅନୁସାରେ, ମେ’ ୨୦ ତାରିଖ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସ୍ବତନ୍ତ୍ର ନୀତି ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆରମ୍ଭ ହେବ। ଏହି ସମୟରେ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ।

About The Author