September 10, 2026

ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

WhatsApp Image 2026-04-29 at 12.56.18 PM

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀ ସଂଲଗ୍ନ ଗାଜିଆବାଦର ଗ୍ରୀନ୍ ଆଭେନ୍ୟୁ ସୋସାଇଟିର ନବମ ମହଲାରେ ଥିବା ଏକ ଫ୍ଲାଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ତୀବ୍ର ଥିଲା ଯେ ଏହା ଶୀଘ୍ର ଉପର ମହଲାରେ ଥିବା ଅନ୍ୟ ଦୁଇଟି ଫ୍ଲାଟକୁ ଗ୍ରାସ କରି ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ନିଆଁର ଉଚ୍ଚତା ଏତେ ଥିଲା ଯେ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରୁ କଳା ଧୂଆଁ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଯାହା କିଛି କିଲୋମିଟର ଦୂରରେ ଥିଲା। ସକାଳେ ଲୋକମାନେ ସେମାନଙ୍କ କାମ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ହଠାତ୍ ଫ୍ଲାଟରୁ ଧୂଆଁ ବାହାରିଥିଲା। ଏହାଦେଖି ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସେମାନଙ୍କ ଫ୍ଲାଟରୁ ବାହାରକୁ ଦୌଡ଼ି ତଳେ ଥିବା ଖୋଲା ପଡ଼ିଆ କୁ ପଳାଇ ଆସିଥିଲେ। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ୍ ଉଦ୍ୟମ ଜାରି ରହିଛି। ଟାୱାରରେ ଫସି ରହିଥିବା ସମସ୍ତଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି। ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନକୁ ତୁରନ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

About The Author