ଜାପାନର କାକାମିଘାରାଠାରେ ଆୟୋଜିତ ୧୮ ବର୍ଷରୁ କମ୍‌ଏସିଆ କପ୍‌ରେ ବିଜୟ

WhatsApp Image 2026-05-30 at 3.48.18 PM

କାକାମିଘାରା: ଜାପାନର କାକାମିଘାରାଠାରେ ଆୟୋଜିତ ୧୮ ବର୍ଷରୁ କମ୍‌ଏସିଆ କପ୍‌ରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଭାରତ। ଉଭୟ ବାଳକ ଓ ବାଳିକା ଦଳ ନିଜ ନିଜର ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି।ଶନିବାର ପୁଲ୍‌‘ଏ’ ମ୍ୟାଚ୍‌ରେ ଭାରତ ୨-୧ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରିଛି। ଭାରତ ପକ୍ଷରୁ ନୌସିନ୍‌ ନାଜ୍‌ ଦୁଇଟି ଗୋଲ୍‌ ଦେଇଥିଲେ। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିବା ପରେ ୧୯ ତମ ମିନିଟ୍‌ରେ ନୌସିନ୍‌ ଏକ ପେନାଲ୍ଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିବର୍ତ୍ତନ କରିବାକୁ ସଫଳ ହୋଇଥିଲେ।

About The Author