ଶନିବାର ରାତି ପ୍ରାୟ ସାଢେ ନଅଟା ବେଳେ ଜଣଙ୍କୁ ନିର୍ମମ ଭାବରେ ହତ୍ୟା

body

ଅନୁଗୋଳ: ଅନୁଗୋଳ ଜିଲ୍ଲା ବାଳୁଅକଟା ଗ୍ରାମ ପଞ୍ଚାୟତ କୁମ୍ଭକର୍ଣ୍ଣ ସାହିରେ ଶନିବାର ରାତି ପ୍ରାୟ ସାଢେ ନଅଟା ବେଳେ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରା ଯାଇଛି। ମୃତକ ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ପର୍ଶୁ ବେହେରାଙ୍କ ପୁଅ ହେମନ୍ତ ବେହେରା (୪୦) ବୋଲି ସୂଚନା ମିଳିଛି। ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ହେମନ୍ତ ବେହେରାଙ୍କ ଝିଆରୀକୁ ସରଧାପୁର ଅଞ୍ଚଳର ଜଣେ ବ୍ୟକ୍ତି ଭଲ ପାଉଥିଲେ। ଏନେଇ ବିବାହ କରିବା ପାଇଁ ଉକ୍ତ ଯୁବକ ଜଣଙ୍କ ଜିଦ୍ କରିଥିଲେ। ବିବାହ ନକରିବା ପାଇଁ ହେମନ୍ତ ବେହେରାଙ୍କ ପରିବାର କହିଥିଲେ। ଯାହା ଫଳରେ ଆଜି ରାତିରେ ଉକ୍ତ ବ୍ୟକ୍ତିଙ୍କ ସହିତ ହେମନ୍ତଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ହେମନ୍ତକୁ ଉକ୍ତ ବ୍ୟକ୍ତି ଜଣକ ଅତି ନିର୍ମମ ଭାବରେ ଆକ୍ରମଣ କରି ହତ୍ୟା କରିଥିଲେ। ଘଟଣାରେ ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣା ସ୍ଥଳରୁ ଅଭିଯୁକ୍ତ ଜଣକ ଫେରାର ହୋଇଥିବା ସୂଚନା ମିଳିଛି।

About The Author