୩୩ ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଦାନ କରିବାକୁ ପ୍ରସ୍ତାବ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ କାଟ୍ ଖାଇବା ପରେ ସରକାର ଓ ବିରୋଧୀ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ସରକାର ଗୋଟିଏ ପଟେ ବିରୋଧୀ ଦଳଙ୍କୁ ଦାୟୀ କରୁଥିବାବେଳେ ଅନ୍ୟପଟରେ ଏଭଳି ବିଲ୍ ଆଗତକୁ ସରକାରଙ୍କ ଚକ୍ରାନ୍ତ ବୋଲି ବିରୋଧୀ ଅଭିହିତ କରିଛନ୍ତି। ତେବେ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଦଳଗୁଡିକ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ସରକାର ଯଦି ମହିଳାଙ୍କୁ ସଂରକ୍ଷଣ ଦେବାକୁ ଏତେଟା ଆଗ୍ରହୀ ଅଛନ୍ତି, ତେବେ ଲୋକସଭାର ୫୪୩ ଆସନକୁ ନେଇ ୩୩ ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଦାନ କରିବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟସଭାର ପୂର୍ବତନ ଶିବସେନା (ଉଦ୍ଧବ ଗୋଷ୍ଠୀ) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ୫୪୩ ଆସନକୁ ନେଇ ଯଦି ୩୩% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଏ, ତେବେ ମହିଳାଙ୍କ ଭାଗରେ ୧୮୦ ଆସନ ପଡିବ।
