ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ତିନି ଦିନିଆ ଗୁଜରାଟ ଗସ୍ତରେ

WhatsApp Image 2026-05-05 at 8.02.37 PM

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ତିନି ଦିନିଆ ଗୁଜରାଟ ଗସ୍ତରେ ଯିବେ। ସେଠାରେ ସେ ଚାରିଟି ସହର ପରିଦର୍ଶନ କରିବେ ଓ ଓଡ଼ିଶା ନିବେଶକ ସମ୍ମିଳନୀରେ ଭାଗ ନେବେ। ବୟନ, ରସାୟନ ଓ‌ ପେଟ୍ରୋକେମିକାଲ୍‌ସ, ଧାତବ ଓ ଆନୁଷଙ୍ଗିକ ଶିଳ୍ପ, ମେଡିକାଲ୍‌ ଡିଭାଇସ୍‌, ବୟନ ଓ ଫାର୍ମାସ୍ୟୁଟିକାଲ୍‌ କ୍ଷେତ୍ର ପାଇଁ ପୁଞ୍ଜିନିବେଶ ହାସଲ କରିବାକୁ ରାଜ୍ୟ ପ୍ରତିନିଧି ମଣ୍ଡଳୀ ଉଦ୍ୟମ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଜ୍‌ନେସ୍‌ ଲିଡର୍‌ମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବା କାର୍ଯ୍ୟକ୍ରମ ରହିବ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାଧର ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗୁଜରାଟ ଯିବେ। ମେ ୭ ତାରିଖରେ ଓଡ଼ିଶାର ପ୍ରତିନିଧି ମଣ୍ଡଳୀ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରି ଲଜିଷ୍ଟିକ୍ସ ଓ ବନ୍ଦର ଭିତ୍ତିକ ଶିଳ୍ପରେ ରହିଥିବା ସୁଯୋଗ ଜାଣିବାକୁ ପ୍ରୟାସ କରିବେ।

About The Author