ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୬-୨୭ ମାର୍ଚ୍ଚ ସେସନ ନାମଲେଖା ପାଇଁ ସମୟସୀମା ବୃଦ୍ଧି

WhatsApp Image 2026-05-05 at 8.04.40 PM

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୬-୨୭ ମାର୍ଚ୍ଚ ସେସନ ନାମଲେଖା ପାଇଁ ଅନଲାଇନ ଆବେଦନର ସମୟସୀମା ବୃଦ୍ଧି କରାଯାଇଛି। ଏହା ମେ’ ୧୫ ତାରିଖ ଯାଏଁ ଚାଲିବ। ଛାତ୍ରଛାତ୍ରୀମାନେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଏବଂ ‘ସ୍କୁଲ ଅଫ୍ ସର୍ଭିସେସ୍’ ପାଠ୍ୟକ୍ରମ ଅଧୀନରେ ମୋଟ ୧୦ଟି ବିଷୟରେ ନାମଲେଖାଇ ପାରିବେ।

ବିଶ୍ୱ ଦକ୍ଷତା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ମେ’ ୩୧ ତାରିଖରେ ଅନଲାଇନ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ପରେ ଜୁନ୍ ମାସରୁ ପାଠପଢ଼ା ଆରମ୍ଭ ହେବ।

ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଅଧୀନରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍, ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ୍, ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍ (ଲିଫ୍ଟ ଟେକ୍ନୋଲୋଜି) ଏବଂ ପ୍ରିସିସନ ଇଞ୍ଜିନିୟରିଂ ସହ ନୂଆ କରି ଆରମ୍ଭ ହେବାକୁ ଯାଉଥିବା ଡିଜିଟାଲ ଆନିମେସନ ବିଷୟ ରହିଛି। ଏହିସବୁ ଅତ୍ୟାଧୁନିକ ବିଷୟରେ ନାମଲେଖା ପାଇଁ ପ୍ରାର୍ଥୀମାନେ ଯେକୌଣସି ସରକାରୀ କିମ୍ବା ଘରୋଇ ଶିଳ୍ପ ତାଲିମ କେନ୍ଦ୍ର ତଥା ବୈଷୟିକ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ, ୩ ବର୍ଷି

About The Author