ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଅନ୍ତିମ ଚରଣରେ ନରୱେ ଗସ୍ତ ଶେଷ କରିବା ପୂର୍ବକ ମଙ୍ଗଳବାର ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି

WhatsApp Image 2026-05-20 at 12.27.13 PM

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଅନ୍ତିମ ଚରଣରେ ନରୱେ ଗସ୍ତ ଶେଷ କରିବା ପୂର୍ବକ ମଙ୍ଗଳବାର ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣକ୍ରମେ ମୋଦୀ ରୋମ ଯାତ୍ରା କରିଛନ୍ତି। ନରୱେ ଗସ୍ତ କାଳରେ ମୋଦୀ ଭାରତ-ନର୍ଡିକ ଦେଶ ମଧ୍ୟରେ ସମ୍ପର୍କକୁ ଦୃଢ କରିବା ଲାଗି ଏକାଧିକ ବୈଠକ କରିଥିଲେ। ଏଥିପାଇଁ ଆଇସଲ୍ୟାଣ୍ଡ, ଫିନଲ୍ୟାଣ୍ଡ ଏବଂ ଡେନମାର୍କର ପ୍ରଧାନମନ୍ତ୍ରୀମାନଙ୍କ ସହ ପୃଥକ ପୃଥକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ବୈଠକଗୁଡ଼ିକରେ ବାଣିଜ୍ୟ, ବିନିଯୋଗ ଏବଂ ଅକ୍ଷୟ ଶକ୍ତି ଭଳି ପ୍ରମୁଖ କ୍ଷେତ୍ରରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଛି। ମୋଦୀ ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟ୍ରୁନ୍ ଫ୍ରୋଷ୍ଟାଡୋଟିର୍, ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପେଟେରୀ ଓର୍ପୋ ଏବଂ ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକଗୁଡ଼ିକରେ ଭାରତ ଓ ଏହି ୩ଟି ନର୍ଡିକ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସାମଗ୍ରିକ ସ୍ଥିତି ଏବଂ ଆଗାମୀ ଦିନରେ ଏହାକୁ କିପରି ଆହୁରି ଆଗକୁ ନିଆଯାଇପାରିବ, ସେ ନେଇ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ମୁଖ୍ୟତଃ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା, ସବୁଜ ଶକ୍ତି, ସାମୁଦ୍ରିକ ସହଯୋଗ, ଡିଜିଟାଲ୍ ସେକ୍ଟର ଏବଂ ବାଣିଜ୍ୟିକ କାରବାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ​‌େ​‌ଡନମାର୍କ, ଫିନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ନରୱେ ଓ ସ୍ବିଡେନକୁ ନର୍ଡିକ ଦେଶ କୁହାଯାଏ। ଏହି ଦେଶଗୁଡ଼ିକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ସବୁଜ ଶକ୍ତି ଏବଂ ସ୍ଥିର ବିକାଶ କ୍ଷେତ୍ରରେ ଅଗ୍ରଣୀ।

About The Author