November 14, 2026

ବରଗଡ଼ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଡଭା-ହରିଡ଼ାଟାଲ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

accident

ଝାରବନ୍ଧ: ବରଗଡ଼ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଡଭା-ହରିଡ଼ାଟାଲ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ବଣ୍ଡାମୁଣ୍ଡା ଗ୍ରାମର ଛବିଲ ବରିହା (୨୭) ଏବଂ ଗଣ୍ଡପଡ଼ା ଗ୍ରାମର ଶିବ ପ୍ରକାଶ ନାୟକ (୧୯) ରହିଛନ୍ତି।

ଝାରବନ୍ଧ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି

ସୂଚନା ଅନୁଯାୟୀ, ଶିବ ପ୍ରକାଶ ବାଇକ୍ ଚଳାଉଥିଲେ। ଦୁର୍ଘଟଣାରେ ଆଉ ଜଣେ ଆହତ ହୋଇଥିବାବେଳେ ତାଙ୍କ ପରିଚୟ ଜଣାପଡ଼ିନାହିଁ। ଦୁର୍ଘଟଣାଟି କେଉଁ ପରିସ୍ଥିତିରେ ଓ କିପରି ଘଟିଲା, ସେନେଇ ସ୍ପଷ୍ଟ ତଥ୍ୟ ମିଳିନାହିଁ। ଝାରବନ୍ଧ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କା

About The Author