ନିଶାମୁକ୍ତ ଓଡ଼ିଶା ଅଭିଯାନ

WhatsApp Image 2026-06-25 at 1.01.57 PM

ଭୁବନେଶ୍ଵର: ରାଜ୍ୟରେ ଚାଲିଥିବା “ନିଶାମୁକ୍ତ ଓଡ଼ିଶା ଅଭିଯାନ” ରେ ଓଡ଼ିଶା ପୋଲିସକୁ ଦୁଇଟି ପୃଥକ ଘଟଣାରେ ସଫଳତା ମିଳିଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଏବଂ ଯୋଡ଼ାମ୍ବ ପୋଲିସ ଚଢ଼ାଉ କରି ସର୍ବମୋଟ ୧୯୨ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଜଣ ଆନ୍ତଃରାଜ୍ୟ ନିଶା ବେପାରୀଙ୍କୁ ଗିରଫ କରିଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସ ଏକ ବିଶେଷ ସୂତ୍ରରୁ ସୂଚନା ପାଇ କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁର ଦେଇ ମୁମ୍ବାଇ ଚାଲାଣ ହେଉଥିବା ୧୦୨ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ପୋଲିସ ଏହି ଆନ୍ତଃରାଜ୍ୟ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଚୋରାଚାଲାଣରେ ବ୍ୟବହୃତ ଏକ ଇନୋଭା କାର୍ ଏବଂ ନଗଦ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ଭଞ୍ଜନଗର ଥାନା କେସ୍ ନଂ ୬୧୪/୨୦୨୬, ଧାରା ୨୦(ବି)(ii)(C)/୨୯ NDPS ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି।

ସେହିପରି ମାଲକାନଗିରି ଜିଲ୍ଲା ଯୋଡ଼ାମ୍ବ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଖଜୁରୀଗୁଡ଼ା ଗ୍ରାମ ନିକଟରେ ଏକ ସନ୍ଦେହଜନକ ଅଟୋକୁ ଅଟକାଇଥିଲା। ଗାଡ଼ିଟିର ଯାଞ୍ଚ କରିବା ପରେ ସେଥିରୁ ପୋଲିସ ୯୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଏକ ଅଟୋ ଜବତ କରିଛି। ଏହି ଘଟଣାରେ ଯୋଡ଼ାମ୍ବ ଥାନା କେସ୍ ନଂ ୨୯, ତାରିଖ ୨୩.୦୬.୨୦୨୬ ରିଖରେ ଧାରା ୨୦(ବି)(ii)(C) NDPS ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

About The Author