November 13, 2026

ଦଶରଥପୁର ଓ ବିଞ୍ଝାରପୁରରେ ବନ୍ୟା କ୍ଷୟକ୍ଷତି ଆକଳନ କଲେ ଓଏସଡିଏମଏ ଟିମ୍; ୧୯ଟି ପଞ୍ଚାୟତ ଗସ୍ତ କରିବେ

WhatsApp Image 2026-11-12 at 11.38.59 PM

ଦଶରଥପୁର/ବିଞ୍ଝାରପୁର: ୧୨.୧୧.୨୬: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏକ ରାଜ୍ୟସ୍ତରୀୟ କ୍ଷୟକ୍ଷତି ଆକଳନ ଟିମ୍ (PDNA Team) ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି। ଓଏସଡିଏମଏ ର ସାଧାରଣ ପରିଚାଳକ ଡ. ସୁନୀତା ଜେନାଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ଟିମ୍ ପ୍ରଥମେ ଦଶରଥପୁର ବ୍ଲକ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

ଏହି ବୈଠକରେ ଦଶରଥପୁର ବିଡିଓ ଆକାଶ ପଟ୍ଟନାୟକ, ତହସିଲଦାର ଶୁଭ୍ରାଂଶୁ ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଶୋକ କୁମାର ବେହେରା ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁଖ୍ୟତଃ ପୂର୍ତ୍ତ, ରାସ୍ତା ଓ ସେତୁ (Works, Roads & Bridges), ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (RWSS) ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ହୋଇଥିବା କ୍ଷୟକ୍ଷତିର ସଠିକ୍ ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଏହାପରେ ଅପରାହ୍ନ ୩ଟା ସମୟରେ ଏହି ଟିମ୍ ବିଞ୍ଝାରପୁର ଗସ୍ତ କରିଥିଲେ। ସେଠାରେ ବ୍ଲକ ସମ୍ମିଳନୀ କକ୍ଷରେ ବିଞ୍ଝାରପୁରର BDO ଛବିରାଣୀ ସାହୁ ଏବଂ ଅନ୍ୟାନ୍ୟ କ୍ଷେତ୍ରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।

ସୂଚନାଯୋଗ୍ୟ ଯେ, ଏହି ରାଜ୍ୟସ୍ତରୀୟ ଟିମ୍ ଆଜିଠାରୁ ଅର୍ଥାତ୍ ୧୨ ନଭେମ୍ବରରୁ ୧୮ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ମୋଟ ୧୯ଟି ବନ୍ୟା ପ୍ରଭାବିତ ଗ୍ରାମପଞ୍ଚାୟତ ଗସ୍ତ କରି କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ କରିବେ।

ଅଭିନାଶ ସାଗର
ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ

About The Author