ଭାରତ ଓ ପାକିସ୍ତାନ ମଧ୍ୟରେ ବନ୍ଦୀ ତାଲିକା ବିନିମୟ

WhatsApp Image 2026-07-02 at 3.11.44 PM

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବନ୍ଦୀ ତାଲିକା ବିନିମୟ ହୋଇଛି। ୨୦୦୮ରେ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତି ଅନୁଯାୟୀ ନିଜ ଦେଶରେ ବନ୍ଦୀ ଥିବା ଅନ୍ୟ ଦେଶର ସାଧାରଣ ନାଗରିକ ଓ ମତ୍ସ୍ୟଜୀବୀଙ୍କ ତାଲିକା ପ୍ରଦାନ କରିବେ। ପ୍ରତିବର୍ଷ ଜାନୁଆରୀ ୧ ଓ ଜୁଲାଇ ୧ରେ ଏହି ବନ୍ଦୀ ତାଲିକା ବିନିମୟ ହୋଇଥାଏ। ଏହି କ୍ରମରେ ବୁଧବାର ଉଭୟ ଦେଶ ବିନିମୟ କରିଥିବା ବନ୍ଦୀ ତାଲିକା ଅନୁଯାୟୀ ପାକିସ୍ତାନର ଜେଲ୍‌ରେ ୨୫୦ଜଣ ଭାରତୀୟ ନାଗରିକ ବନ୍ଦୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୯୮ଜଣ ମତ୍ସ୍ୟଜୀବୀ ଓ ୫୨ଜଣ ସାଧାରଣ ନାଗରିକ। ସେହିପରି ଭାରତ ଜେଲ୍‌ରେ ୪୩୯ଜଣ ପାକିସ୍ତାନ ନାଗରିକ ବନ୍ଦୀ ଅଛନ୍ତି। ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକଙ୍କ ମଧ୍ୟରୁ ୧୮୮ଜଣ ସେମାନଙ୍କ ଦଣ୍ଡାଦେଶ ଶେଷ କରିସାରିଛନ୍ତି। ଦଣ୍ଡାଦେଶ ଶେଷ କରିଥିବା ନିଜ ନାଗରିକଙ୍କୁ ତୁରନ୍ତ ଫେରାଇ ଦେବାକୁ ଭାରତ ନିବେଦନ କରିଛି। ପାକିସ୍ତାନ ଜେଲ୍‌ରେ ଥିବା ୧୩ ଜଣ ଭାରତୀୟ ନାଗରିକଙ୍କୁ କୂଟନୈତିକ ସାକ୍ଷାତ ଅନୁମତି ଦେବାକୁ ଭାରତ ନିବେଦନ କରିଛି

About The Author