September 10, 2026

ନିଟ-ୟୁଜି ପରୀକ୍ଷାରେ ଅନିୟମିତତାକୁ ନେଇ ସାରା ଦେଶରେ ରାଜନୀତିକ ହଇଚଇ ସୃଷ୍ଟି

WhatsApp Image 2026-07-25 at 4.49.44 PM

ନୂଆଦିଲ୍ଲୀ: ନିଟ-ୟୁଜି ପରୀକ୍ଷାରେ ଅନିୟମିତତାକୁ ନେଇ ସାରା ଦେଶରେ ରାଜନୀତିକ ହଇଚଇ ସୃଷ୍ଟି ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍‌ ସ୍ୱାଗତ କରିଛନ୍ତି। ସେ ଏହାକୁ “ଗଣତନ୍ତ୍ରର ବିଜୟ” ବୋଲି କହିବା ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ସଫଳତା ବୋଲି କହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟରେ ୱାଙ୍ଗଚୁକ୍‌ କହିଛନ୍ତି, “ଏହା ଗଣତନ୍ତ୍ରର ବିଜୟ,। ଏହା ଶାନ୍ତି, ଧୈର୍ଯ୍ୟ ଏବଂ ଦୃଢ଼ତାର ବିଜୟ।ସେ ଆନ୍ଦୋଳନରେ ସାମିଲ ହୋଇଥିବା ସିଜେପି ଏବଂ ଦେଶର ଜେନ୍‌ Z ପିଢ଼ିଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରିଥିବା ସମସ୍ତ ନାଗରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଲୋକମାନେ ଭୟ ଏବଂ ଭୟର ଭୟକୁ ତ୍ୟାଗ କରି ଦେଶର ପ୍ରତ୍ୟେକ କୋଣରୁ ଗଣତାନ୍ତ୍ରିକ ଅଧିକାର ପାଇଁ ଏକଜୁଟ ହୋଇଛନ୍ତି।

About The Author