September 10, 2026

ସୁନା ଗହଣା ଲୁଟ କରି ଦୁର୍ବୃତ୍ତ ଫେରାର

WhatsApp Image 2026-08-09 at 6.03.15 PM

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଧୂମାଭଟା ପଞ୍ଚାୟତ ଅନ୍ତର୍ଗତ କଲଚିକଚ୍ଛାର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ୬ ଭରି ସୁନା ଗହଣା ଲୁଟ କରି ଦୁର୍ବୃତ୍ତ ଫେରାର ମାରି ଥିବା ଜଣାପଡିଛି।


ମିଳିଥିବା ସୂଚନା ଅନୁଯାୟୀ, କଲଚିକଚ୍ଛାର ଗ୍ରାମ ଛକରେ ଲୋକେ ସୁକତେଲରୁ ବିସ୍ଥାପିତ ହୋଇଥିବା ଟୁନୁ ବୁଡେକ ଚାଷ କରିବା ନେଇ ସକାଳୁ ଜମିକୁ ଯାଇଥିଲେ। ଘରକୁ ଫେରିବାରୁ ଘର କବାଟ ଓ ଆଲମାରୀର କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ। ଆଲମାରୀରେ ସେ ରଖିଥିବା ୬ଭରି ସୁନା ଗହଣା ଲୁଟ୍ ହୋଇଥିବା ନେଇ ବେଲପଡ଼ା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗକୁ ଭିତ୍ତି କରି ବେଲପଡ଼ା ପୁଲିସ ମାମଲା ରୁଜୁ କରିଥିବା ଜଣାପଡିଛି। ଘଟଣା ସ୍ଥଳରେ ବେଲପଡ଼ା ପୁଲିସ, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରୁଥିବା ନେଇ ବେଲପଡ଼ା ପୁଲିସ କହିଛି।

About The Author