September 10, 2026

ମୌସୁମୀ ଅଧିବେଶନରେ ଜାରି ରହିଥିବା ଅଚଳାବସ୍ଥା ଦୂର ହେବାର ବାଟ ଫିଟିଛି

WhatsApp Image 2026-08-10 at 5.19.10 PM

ନୂଆଦିଲ୍ଲୀ:ସଂସଦର ଚାଲୁଥିବା ମୌସୁମୀ ଅଧିବେଶନରେ ଜାରି ରହିଥିବା ଅଚଳାବସ୍ଥା ଦୂର ହେବାର ବାଟ ଫିଟିଛି। ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ବିରୋଧୀଙ୍କ ଦାବିକୁ ସରକାର ଆଂଶିକ ଭାବେ ଗ୍ରହଣ କରିଛି। ବିରୋଧୀଙ୍କ ଦାବି ଅନୁଯାୟୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏହି ପ୍ରସଙ୍ଗରେ ବିବୃତି ରଖିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୋମବାର ସୂଚନା ଦେଇଛନ୍ତି।ଜୁଲାଇ ୨୦ରୁ ଅମିତ ଶାହଙ୍କ ବିବୃତି ଦାବି କରି ବିରୋଧୀ ଦଳଗୁଡ଼ିକ ସଂସଦରେ ହଟ୍ଟଗୋଳ କରିଆସୁଥିଲେ। ମୌସୁମୀ ଅଧିବେଶନ ଅଗଷ୍ଟ ୧୩ରେ ଶେଷ ହେବାକୁ ଥିବା ବେଳେ ସରକାରଙ୍କ ଏହି ଘୋଷଣା ଅଚଳାବସ୍ଥା ଦୂର କରିବା ଦିଗରେ ଏକ ପଦକ୍ଷେପ ବୋଲି ମନେ କରାଯାଉଛି।

ତେବେ ସରକାରଙ୍କ ଆଶ୍ୱାସନ ସତ୍ତ୍ୱେ ସୋମବାର ଲୋକସଭାରେ ହଟ୍ଟଗୋଳ ଜାରି ରହିଥିଲା। ବିରୋଧୀ ଦଳଗୁଡ଼ିକ ରାମ ମନ୍ଦିର ଚାନ୍ଦା ସଂଗ୍ରହ ସମ୍ପର୍କିତ ଅଭିଯୋଗ ଉପରେ ଆଲୋଚନା ଦାବି କରିଥିଲେ। ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇ ଆସନ୍ତାକାଲି ସକାଳ ୧୧ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ କରାଯାଇଛି।

About The Author