September 9, 2026

ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସରକାରୀ ବାସଭବନରେ ଜନ୍ମାଷ୍ଟମୀ ପୂଜାଉତ୍ସବ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଥିଲା

WhatsApp Image 2026-09-05 at 8.43.14 PM

ଭୁବନେଶ୍ୱର: ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗୁରୁବାର ରାତିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସରକାରୀ ବାସଭବନରେ ଜନ୍ମାଷ୍ଟମୀ ପୂଜାଉତ୍ସବ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ସହଧର୍ମିଣୀ ଯୋଗଦେଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିଥିଲେ।

ଏହା ସହ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ସୁରେଶ ପୂଜାରୀ, ବାଚସ୍ପତି ସୁରମା ପାଢ଼ୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ କାମନା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ଓ ଶ୍ରୀମଦ୍‌ ଭଗବଦ୍‌ଗୀତାର ମହାନ ବାର୍ତ୍ତା ଆମକୁ ସତ୍ୟ, ଧର୍ମ, କର୍ତ୍ତବ୍ୟ ଓ ନିଷ୍ଠାର ପଥରେ ଆଗେଇବାକୁ ପ୍ରେରଣା ଦେଇଥାଏ। ଜନ୍ମାଷ୍ଟମୀର ଏହି ପବିତ୍ର ଦିନରେ ଆମେ ସମସ୍ତେ ନିଜ କର୍ତ୍ତବ୍ୟ ପ୍ରତି ସମର୍ପିତ ହୋଇ ସମାଜରେ ଶାନ୍ତି, ସଦ୍‌ଭାବ ଓ ଭାଇଚାରାକୁ ଆହୁରି ସୁଦୃଢ଼ କରିବାର ସଂକଳ୍ପ ନେବା। ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ଓଡ଼ିଶା ଆହୁରି ସମୃଦ୍ଧ, ଶାନ୍ତିପୂର୍ଣ୍ଣ ଓ ବିକଶିତ ହେଉ—ଏହା ମୋର ପ୍ରାର୍ଥନା।
ଜନ୍ମାଷ୍ଟମୀ ପୂଜାଉତ୍ସବ ଅବସରରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରାଯାଇଥିଲା। ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଜୀବନ ଓ ଗୀତାର ମହାନ ଉପଦେଶ ସମସ୍ତଙ୍କୁ ମାନବିକତା, ସେବା, ନ୍ୟାୟ ଓ କର୍ତ୍ତବ୍ୟନିଷ୍ଠାର ପଥରେ ଆଗେଇ ନେଉ ବୋଲି ଉପସ୍ଥିତ ସମସ୍ତେ ପ୍ରାର୍ଥନା କରିଥିଲେ। ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶରେ ଅନୁଷ୍ଠିତ ଏହି ଜନ୍ମାଷ୍ଟମୀ ପୂଜାଉତ୍ସବ ପରସ୍ପର ମଧ୍ୟରେ ଶୁଭେଚ୍ଛା ବିନିମୟ ସହ ସମ୍ପନ୍ନ ହୋଇଥିଲା।

About The Author