କେବଳ ପାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ଭାରତୀୟ ନାଗରିକତାର ପ୍ରମାଣ ନୁହେଁ
ନୂଆଦିଲ୍ଲୀ : କେବଳ ପାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ଭାରତୀୟ ନାଗରିକତାର ପ୍ରମାଣ ନୁହେଁ। ଏହାକୁ ନେଇ ଆସିଲା କୋର୍ଟଙ୍କ ନୂଆ ନିୟମ। ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ଭଳି ଡକ୍ୟୁମେଣ୍ଟ ରହିଛି। କିନ୍ତୁ, କେବଳ ଏହି ଡକ୍ୟୁମେଣ୍ଟଗୁଡ଼ିକ ଭାରତୀୟ ନାଗରିକତା ପ୍ରମାଣ କରିପାରିବ ନାହିଁ। ଗୌହାଟି ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଏହା କହିଛନ୍ତି।
କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ପ୍ରଦାନ କରିବା ପାଇଁ ବ୍ୟବହୃତ ଅନ୍ୟାନ୍ୟ ରେକର୍ଡଗୁଡ଼ିକ ମଧ୍ୟ ପ୍ରମାଣ ଭାବେ ପ୍ରମାଣିତ ହେଲେ ପ୍ରମାଣ ଭାବରେ ବିବେଚନା କରାଯାଇପାରିବ। ଏହା ଆଧାରରେ, କୋର୍ଟ ଜଣେ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ମହିଳା ଜଣକ ନିଜକୁ ଭାରତୀୟ ନାଗରିକ ବୋଲି ଦାବି କରି ତାଙ୍କୁ ବିଦେଶୀ ଘୋଷଣା କରିବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ
