September 10, 2026

କେନ୍ଦ୍ରୀୟ ରେଳବାଇର ଦାନାପୁର ରେଳ ଡିଭିଜନ ଅନ୍ତର୍ଗତ ଆରା ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି

WhatsApp Image 2026-09-06 at 2.16.50 PM (1)

ପାଟନା: ରବିବାର ଭୋର୍ ସମୟରେ ପୂର୍ବ କେନ୍ଦ୍ରୀୟ ରେଳବାଇର ଦାନାପୁର ରେଳ ଡିଭିଜନ ଅନ୍ତର୍ଗତ ଆରା ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି। ଆଲିପୁରଦ୍ବାରରୁ ନୂଆ ଜଲପାଇଗୁଡ଼ି ଏବଂ କଟିହାର ଦେଇ ନୂଆଦିଲ୍ଲୀ ଯାଉଥିବା ୧୫୪୮୩ ମହାନନ୍ଦ ଏକ୍ସପ୍ରେସ୍ ଭୋର୍ ପ୍ରାୟ ୪:୧୦ ସମୟରେ ଷ୍ଟେସନ ଛାଡିବା ପରେ ଲାଇନଚ୍ୟୁତ ହୋଇଥିଲା। ଷ୍ଟେସନରୁ ପ୍ରାୟ ୨୦୦ ମିଟର ଦୂରରେ ପଶ୍ଚିମ ରେଳବାଇ କ୍ରସିଂ ନିକଟରେ ଟ୍ରେନ୍‌ର ଇଞ୍ଜିନ୍ ଏବଂ ଏହା ସଂଲଗ୍ନ ଦୁଇଟି ଜେନେରାଲ୍ କୋଚ୍ ହଠାତ୍ ଲାଇନଚ୍ୟୁତହୋଇଯାଇଥିଲା। ଆଶ୍ୱସ୍ତିର ବିଷୟ ଯେ ଟ୍ରେନ୍‌ର ଗତି ଧୀର ଥିବାରୁ କୌଣସି ଯାତ୍ରୀ ଆହତ ହୋଇ ନଥିଲେ, ନଚେତ୍ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା।ଦୁର୍ଘଟଣାର କାରଣ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଟ୍ରେନ୍‌ଟି ସିଧାସଳଖ ଦିଲ୍ଲୀ-ହାୱଡା ମୁଖ୍ୟ ଲାଇନରେ ଯିବାର ଥିଲା, କିନ୍ତୁ ସିଗ୍‌ନାଲ ସାସାରାମ-ଆରା ଇଣ୍ଟରସିଟି ଲାଇନ ଆଡକୁ ସେଟ୍ ହୋଇଥିବା ସୂଚନା ମିଳିଛି। ଭୁଲ୍ ଦିଗରେ ଟ୍ରାକିଂ କରିବା ଫଳରେ ଟ୍ରେନ୍‌ଟି ଭାରସାମ୍ୟ ହରାଇ ଇଞ୍ଜିନ ଏବଂ ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଯାଇଥିଲା। ରେଳ ପ୍ରଶାସନ କହିଛି ଯେ ସିଗ୍‌ନାଲ ବିଫଳତା ଯାନ୍ତ୍ରିକ ତ୍ରୁଟି କିମ୍ବା ମାନବୀୟ ତ୍ରୁଟି ଯୋଗୁଁ ହୋଇଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ରେଳବାଇର ବୈଷୟିକ ଦଳ ଏବଂ ସୁରକ୍ଷା ଅଧିକାରୀମାନେ ଏକ ତଦନ୍ତ କରୁଛନ୍ତି।

About The Author